ପୁରୀ,(ନାଗରାଜ ନ୍ୟୁଜ): ବାତ୍ୟା ଅସାନି ପ୍ରଭାବ ଆସନ୍ତା 12 ତାରିଖ ଯାଏ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏସ ଆର ସି ଅଫିସ ରୁ ଏ ନେଇ ପୁରୀ ଜିଲାପାଳ ଙ୍କୁ ଅବଗତ କରାଯିବା ପରେ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ହାଇ ଆଲର୍ଟ ରେ ରହିଛି। ପୁରୀରେ ଅନେକ ପର୍ଯ୍ୟଟକ ଥିବା ରୁ ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବେଶି ଗୁରୁତ୍ୱ ଦେଇଚି । ଆସନ୍ତା 12 ତାରିଖ ଯାଏ ସମୁଦ୍ର ସ୍ନାନ କରିବା ନେଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ସେହିପରି ସମୁଦ୍ର କୁଳ ବର୍ଷା ପବନ ସମୟ ରେ ନସିବା ପାଇଁ ଆଜି ପୁରୀ ପୋଲିସ ପକ୍ଷରୁ ବେଳାଭୂମି ପର୍ଯ୍ୟଟକ ଙ୍କୁ ସଚେତନ କରାଯାଇଛି । ପୁରୀ ଜିଲ୍ଲା ର ସମସ୍ତ ବ୍ଳକ ରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ବିଡିଓ ମାନେ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ତଦାରଖ କରୁଛନ୍ତି। ପୁରୀ ଜିଲାପାଳ ମଧ୍ୟ ଜିଲ୍ଲା ର ବରିଷ୍ଠ ଅଧିକାରୀ , ବିଡିଓ , ତହସିଲଦାର ଙ୍କ ସହ ଭିଡିଓ କନ୍ଫରେନ୍ସ ଘନ ଘନ ବୈଠକ କରି ବାତ୍ୟା ପ୍ରସ୍ତୁତି ର ତଦାରଖ କରୁଛନ୍ତି । ସେପଟେ ତଳିଆ ଅଞ୍ଚଳ ଲୋକ ଙ୍କୁ ଅତ୍ୟଧିକ ବର୍ଷା କିମ୍ବା ପବନ ହେଲେ ବାତ୍ୟା ଆଶ୍ରୟ ସ୍ଥଳୀ କୁ ନେବା ପାଇଁ ବ୍ୟବସ୍ଥା ହୋଇଛି । ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ପାନୀୟ ଜଳ , ବିଦ୍ୟୁତ ବ୍ୟବସ୍ଥା , ଔଷଧ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖାଯାଇଛି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଯେଭଳି ଖାଉଟି ପାଇବା ରେ ସମସ୍ୟା ନ ଭୋଗନ୍ତି ସେ ନେଇ ସମସ୍ତ ବ୍ୟବସ୍ଥା ହୋଇଛି । ପୁରୀ ଜିଲ୍ଲା ରକୃଷ୍ଣ ପ୍ରସାଦ , ବ୍ରହ୍ମଗିରି , ଅସ୍ତରଙ୍ଗ ଓ ପୁରୀ ହେଡ କ୍ୱାର୍ଟର ରେ 4 ଟି ଓଡ୍ରାଫ ଟିମ ମୁତୟନ କରାଯାଇଛି । ଅଗ୍ନିସମ ବାହିନୀ ମଧ୍ୟ ପବନ ଯୋଗୁ ରାସ୍ତା ଘାଟ ଅବରୋଧ ହେଲେ ତାହା ସଫା କରିବା ପାଇଁ ପ୍ରସ୍ତୁତ ରହିଚନ୍ତି । ସମୁଦ୍ର କୁ ଯାଇଥିବା ସମସ୍ତ ମତ୍ସଯିବି ଫେରି ଆସିଥିବା ବେଳେ ତାଙ୍କ ଡଙ୍ଗା , ଜାଲ ସୁରକ୍ଷିତ ସ୍ଥାନରେ ରଖିଛନ୍ତି।ଅତ୍ୟଧିକ ବର୍ଷା କୁ ଦୃଷ୍ଟି ରେ ରଖି ପୁରୀ ସହର ର ତଳିଆ ଅଞ୍ଚଳରେ ପାଣି ପମ୍ପ ରଖାଯାଇଛି ଜଳ ନିଷ୍କାସନ ପାଇଁ । ପୁରୀ ବେଳାଭୂମିରେ ଏହି ତିନି ଦିନ ପର୍ଯ୍ୟଟକ ମାନେ ବୁଲାବୁଲି ନ କରିବା ଓ ସମୁଦ୍ର ରେ ସ୍ନାନ ନ କରିବା ପାଇଁ ବେଳାଭୂମିରେ ସଚେତନ କରାଯାଇଛି। ସମୁଦ୍ର ରେ କୌଣସି ଅଘଟଣ କୁ ରୋକିବାକୁ ଲାଇଫ ଗାର୍ଡ ମୁତୟନ କରାଯାଇଛି । ବାତ୍ୟା ଅସାନି ଯୋଗୁ ପୁରୀ ଜିଲ୍ଲାରେ 40 ରୁ 50 କିମି ବେଗ ରେ ପବନ ବହିବାରେ ଅନୁମାନ କରାଯାଉଛି । ଏଣୁ ଅତ୍ୟଧିକ ବର୍ଷା ଓ ପବନ ଦୃଷ୍ଟି ରେ ରଖାଯାଇ ଲୋକ ଙ୍କ ସୁରକ୍ଷା ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ଥିବା ପୁରୀ ଜିଲାପାଳ କହିଛନ୍ତି ।