ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧୀନ ବଢାପାଳ ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା । ଉଦ୍ଧାର ହୋଇଛି ନିଜ ଘର ଝରକାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣେ ନବ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଦାସ (୪୫) ନିକଟସ୍ଥ ବଢାପାଳ ସୋସାଇଟି ଅଫିସରେ ଦୀର୍ଘ ଦିନ ଧରି କାମକରି ଆସୁଥିଲ । ଗତ କିଛି ଦିନ ଧରି ସେ ଅଫିସକୁ ଯାଉନଥିଲା ଏବଂ ଆଜି ତା ୧୧/୫/୨୨ ରିଖ ବୁଧବାର ପୁଣି ସୋସାଇଟିରେ ଯୋଗଦାନ କରିବାର ଥିଲା । କିନ୍ତୁ ବିଳମ୍ବିତ ରାତିରେ ସେ ନିଜ ଘର ଗ୍ରିଲରେ ଫାଶି ଦେଇମୃତ୍ୟୁ ବରଣ କରିଛି । ପରିବାର ଲୋକଙ୍କ କହିବା ମୁତାବକ ଶ୍ରୀ ଦାସ ଦୀର୍ଘ ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବଦ କରି ଶବ ବ୍ଯବଛେଦ ନିମନ୍ତେ ପଠାଇଛି ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ