ପ୍ରଶାସନ ଦ୍ବାରା ବେଆଇନ ପକ୍କା ଘର ଉଚ୍ଛେଦ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା କଚୁଆପଡା ଗ୍ରାମର ବିଭିନ୍ନ ଅପରାଧୀ କାର୍ଯ୍ୟରେ ଜଡିତ ଥିବା ଶାହାବୁଦ୍ଦିନ ଶାହାର ଇଡ୍କୋଛକ ନିକଟ ସରକାରୀ ଜାଗାରେ ବେଆଇନ ପକ୍କା ଘରକୁ ଉଛେଦ କଲା ବାଲିଆପାଳ ପ୍ରଶାସନ । ଅଭିଯୁକ୍ତ ଶାହାବୁଦ୍ଦିନ ବିଭିନ୍ନ କେଶରେ ଜଡିତ ଥାଇ ପୋଲିସକୁ ଚକମା ଦେଇ ଫେରାର ରହିଛି । ଶାହାବୁଦ୍ଦିନକୁ ଗିରଫ କରିବା ଓ ତାର ଏହି ବେଆଇନ ପକ୍କା ଘରକୁ ଉଚ୍ଛେଦ ପାଇଁ ଗତ ମେ ମାସ ୨୮ଓ ୨୯ ତାରିଖ ଦୁଇ ଦିନ ଧରି ବିଜେପି ପକ୍ଷରୁ ବାଲିଆପାଳ ଥାନା ଆଗରେ ଧାରଣା ଦିଆଯାଇଥିଲା । ବାଲିଆପାଳ ଆଇ ଆଇସି ପର୍ଶୁରାମ ସାହୁ , ତହସିଲଦାର ଦୀପକ କୁମାର ଦାସ ଓ ବସ୍ତା ଏସଡିପିଓ ଜଳନ୍ଧର ଜାଲି ଉପସ୍ଥିତ ରହି ୩ ଦିନ ଭିତରେ ଶାହାବୁଦ୍ଦିନକୁ ଗିରଫ କରିବା ଓ ତା’ର ବେଆଇନ ପକ୍କା ଘରକୁ ଏକ ସପ୍ତାହ ମଧରେ ଭଙ୍ଗାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ସରକାରୀ ଜାଗାରେ ଥିବା ପକ୍କା ଘରକୁ ଭଙ୍ଗା ଯାଉଥିବା ପର୍ଯ୍ୟନ୍ତ ସାହାବୁଦ୍ଦିନ ସାହାକୁ ଗିରଫ କରାଯାଇନାହିଁ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.