ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ସମେତ ଅନ୍ୟ ବ୍ଲକରେ ମଧ୍ୟ ଶ୍ରୀମନ୍ଦିର ପାଇଁ ବାଲେଶ୍ୱର ବିଜେପି ଯୁବମୋର୍ଚ୍ଚା ତରଫରୁ ସମସ୍ତ ଜଗନ୍ନାଥ ମନ୍ଦିର ଆଗରେ ବିକ୍ଷୋଭ ହୋଇଯାଇଛି l ଜଗତରନାଥ ଜଗନ୍ନାଥ କାଳିଆ ସାଆନ୍ତ, ବଳିଆର ଭୁଜ, ନୀଳଚକ୍ର ନୀଳାଚଳ ବାସୀ ତଥା କୋଟି କୋଟି ଲୋକଙ୍କ ହୂଦ୍ୱୟ ସମ୍ରାଟ, ଆସ୍ଥାର କେନ୍ଦ୍ରବିନ୍ଦୁ, ଯାହାଙ୍କର ଦେଉଳ ବଡ ଦେଉଳ, ଯାହାଙ୍କ ଦେଉଳର ପତିତପାବନ ବାନା ଫର ଫର ହୋଇ ଉଡି ପତିତ ମାନଙ୍କୁ ଉଦ୍ଧାର କରେ, ଶାନ୍ତି ମୋୖତ୍ରି ର ବାଣୀ ପ୍ରଚାର କରେ ସେହି ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଆଜି ସରକାର ଓ ପ୍ରଶାସନର ମନଇଚ୍ଛା ଭୁଲ ନିଷ୍ପତି ପାଇଁ ଅସୁରକ୍ଷିତ ମନେହେଉଛି l ଏହାର ସୁରକ୍ଷା ଦାବିରେ ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଥିବା ଜଗନ୍ନାଥ ମନ୍ଦିର ଆଗରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ବିଜେପି ଯୁବମୁର୍ଚ୍ଚାର ସଭାପତି ରାଜେଶ ମହାପାତ୍ର, ଉପ-ସଭାପତି ସୁବୋଧ ପଣ୍ଡା, ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ, ସ୍ୱାଧୀନ ପଣ୍ଡା, ଖପରାପଦା ମଣ୍ଡଳ ସଭାପତି ଲଷ୍ମୀଧର ପ୍ରଧାନ, ଖପରାପଦା ମଣ୍ଡଳ ଯୁବମୋର୍ଚା ସଭାପତି ସଞ୍ଜୟ ପରିଡା, ଅଜିତ ପଟ୍ଟାୟତ, ବିଜେପି ନେତା ଅଜୟ ସାହୁ, ଆଦିତ୍ୟ ବାଗ, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ମାଳତୀ ନାୟକ, ନାରାୟଣ ମହାନ୍ତି, ସଞ୍ଜୟ ଜେନା, ପ୍ରଭୁରାମ ରାଉତ, ଲଷ୍ମୀଧର ଜେନା, ବିକାଶ ଦାସ, ଚକ୍ରଧର ଜେନା, କ୍ଷିତିଶ ଜେନା ପ୍ରମୁଖ ବିକ୍ଷୋଭ କରିଥିଲେ l
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ