ବାଙ୍କୀ, (ନାଗରାଜ ନ୍ୟୁଜ): ବାଙ୍କୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ୩୨ ନମ୍ୱର୍ ଜୋନରେ ବାରଙ୍ଗ ବିଜେପି କରୁଛି ଶସ୍ତା ରାଜନୀତି। ବାଙ୍କୀ ନର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଦେବୀ ରଂଜନ ତ୍ରିପାଠୀ।ଆଜି ଏକ ପ୍ରେସ ମିଟ୍ ରେ କହିଛନ୍ତି ଯେ,ବାରଙ୍ଗ ୩୨ ନମ୍ୱର୍ ଜୋନର ୮ ପଞ୍ଚାୟତ ସମସ୍ତ ଲୋକ ମାନଙ୍କୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନାଁରେ ଜନମତକୁ ବିଭ୍ରାନ୍ତ କରିବା ପାଇଁ ବିଜେପି ଭୁଆଁ ବୁଲାଉବା ସହ ସସ୍ଥା ରାଜନୀତି କରୁଛି।ଗତ ୫ ଦିନ ତଳେ ବାରଙ୍ଗ ବିଜେପି ପକ୍ଷରୁ ଗ୍ରାମ୍ୟ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀଙ୍କୁ ବାରାଙ୍ଗରେ ପାନୀୟ ଜଳ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଯାହାକୁ ଭିତ୍ତିକରି ବାରଙ୍ଗ ବିଜେପି ଶସ୍ତା ରାଜନୀତି କରୁଥିବା ବେଳେ ୨୦୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୬ଟି ପଞ୍ଚାୟତ ବାସୀଙ୍କ ଘରେ ଘରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି ।