ଶ୍ରୀ ରାମଚନ୍ଦ୍ର ପୁର ଆଞ୍ଚଳିକ ବାଦପାଲା ଉଦଯାପିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଶ୍ରୀ ରାମଚନ୍ଦ୍ର ପୁରର ଗତ ଆଠ ତାରିଖରୁ ଆରମ୍ଭ ହୋଇ ଥିବା ବାଦପାଲା ତେର ତାରିଖ ରାତ୍ରିରେ ଉଦଯାପିତ ହୋଇଯାଇଛି  । ଗାୟକ ସମ୍ରାଟ କାଳୁଚରଣ ଦାଶ ଓ ଗାୟକ ଭାସ୍କର ସତ୍ୟ ନାରାୟଣ ଜେନାଙ୍କ ମଧ୍ୟରେ ଅନୁଷ୍ଠିତ ବାଦପାଲାରେ ସାହିତ୍ୟ କଳା ସଂସ୍କୃତି ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନର ସଭାପତି ବିଜୟ କୁମାର ମିଶ୍ର, ସମ୍ପାଦକ ବିଦ୍ୟାଧର ସାହୁ , କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, ସଂଯୋଜକ ପ୍ରକ୍ରୁତିବନ୍ଧୁ ହରିହର ସାହୁ, ସଭ୍ୟ ଶ୍ରୀକାନ୍ତ ଭ଼ୂତିଆ, ଶତ୍ରୁଘ୍ନ ମିଶ୍ର, ଶିବରାମ ରାଉତ, ଅଖିଳ ରାଉତ,ବିମଳ କୁମାର ମିଶ୍ର, ଅଧ୍ୟାପକ ବିକାଶ ମିଶ୍ର, ହେମନ୍ତ, ସଞ୍ଜୟ, ପ୍ରକାଶ,କାଠିଆ, ବିଦ୍ୟାଧର ସହିତ ଅନେକ ସଭ୍ୟ ସହଯୋଗ କରିଥିଲେ। ପ୍ରତ୍ୟେକ ରାତିରେ ସହସ୍ରାଧିକ ଲୋକ ପାଲା ପରିବେଷଣ କୁ ଉପଭୋଗ କରିଥିଲେ । କଳା ସଂସ୍କୃତି ମଞ୍ଚରେ ଉପସ୍ଥିତ ଜନସାଧାରଣଙ୍କୁ ଅନୁଷ୍ଠାନର ସଂଯୋଜକ ପ୍ରକ୍ରୁତିବନ୍ଧୁ ହରିହର ସାହୁ କ୍ରୁତଜ୍ଞତା ପ୍ରଦାନ କରିଥିଲେ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.