ଚୈତନ୍ୟ ହେମ୍ବ୍ରମ ପାଇଁ ସାହାଯ୍ୟର ହାତ ବଢ଼ାଇଲା ଗିଭିଂ ହେପିନେସ୍ ସଂଗଠନ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଠାରେ ନୂଆ କରି ଗଢି ଉଠିଥିବା ସେଚ୍ଛାସେବୀ ସଂଗଠନ ଗିଭିଂ ହେପିନେସ୍ ଗାଁ ଗାଁ ରେ ବୁଲି ବୁଲି ଗରିବ ଲୋକଙ୍କୁ ସାହାଯ୍ୟ କରୁଛି । ମଧୁପୁରା ପଞ୍ଚାୟତର ହାସିମପୁର ଗ୍ରାମରେ ଚୈତନ୍ୟ ହେମ୍ବ୍ରମଙ୍କ ଘର । ଚଳିତ ଅଦିନିଆ ପବନରେ ଘର ଉପରେ ଗଛ ପଡି ଏଜବେଷ୍ଟର ଭାଙ୍ଗି ଯାଇଥିଲା । ଅଦିନିଆ ବର୍ଷାରେ ଘର ଭିତରେ ବର୍ଷା ଜଳ ପଡ଼ିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ପରିବାର । ଖବର ପାଇ ଶୁକ୍ରବାର ଗିଭିଂ ହେପିନେସ୍ ସଂଗଠନ ତାଙ୍କ ଘରେ ପହଂଚି ଘର ମରାମତି ପାଇଁ ଶ୍ରୀ ହେମ୍ବ୍ରମଙ୍କୁ ଏଜବେଷ୍ଟର ଓ ବାଉଁଶ ସଙ୍ଗଠନ ପକ୍ଷରୁ ଯୋଗାଇ ଦେଇଛନ୍ତି। ଯାହାଦ୍ଵାରା ଶ୍ରୀ ହେମ୍ବ୍ରମଙ୍କ ପରିବାର ବର୍ଷା ଦାଉରୁ ରକ୍ଷା ପାଇପାରିବେ । ସଙ୍ଗଠନର ସଦସ୍ୟ ଦୀପକ ସାହୁ, ପବିତ୍ର ମହାପାତ୍ର, ତପନ କୁମାର ଖଣ୍ଡା, ବିଶାଳ୍ ପ୍ରଶାଦ, ବିନେଦ ମହାନ୍ତି, ରମେଶ ପରିଡ଼ା, ଧନଂଜୟ ରଣା, ରବିନ୍ଦ୍ର ନାୟକ ଓ ଆନନ୍ଦ ମହାନ୍ତି ପ୍ରମୁଖ ନିଜ ଦୈନଦିନ ପକେଟ୍ ଖର୍ଚ୍ଚରୁ ଅର୍ଥ ସଂଗ୍ରହ କରି ଚୈତନ୍ୟ ହେମ୍ବ୍ରମ ପରିବାରକୁ ସାହଯ୍ୟ କରିଛନ୍ତି । ଗିଭିଂ ହେପିନେସ୍ ସଂଗଠନ ଏତାଦୃଶ କାର୍ଯ୍ଯକୁ ଯୁବ ସମାଜସେବୀ ଲମ୍ବୋଦର ମହାନ ତାଙ୍କ ସହିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.