ସ୍କୁଲ T.C ପାଇଁ ୨୦୦ ଶହ ଟଙ୍କା ଲାଞ୍ଚ ନେଇ ଅଡୁଆରେ ପ୍ରଧାନ ଶିକ୍ଷୟିତ୍ରୀ

ମୁରିବାହାଲ, (ନାଗରାଜ ନ୍ୟୁଜ): ମୁରିବାହାଲ ବ୍ଲକ ଅନ୍ତର୍ଗତ ବେଳ ପଦର ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ T.C ଦେବା ପାଇଁ ୨୦୦ ଶହ ଟଙ୍କା ଲାଞ୍ଚ ମଗା ଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ମୁରିବାହାଲ BEO ଙ୍କ ଠାରେ ଅଭିଯୋଗ ପରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ କୈଫିୟତ ତଳବ କରାଯାଇଛି । ସୂଚନାଯୋଗ୍ୟ ଯେ ଶୁକ୍ରୁ ଭୋଇ ନିଜ ଝିଅ ମନୀଷା ଭୋଇ ଙ୍କୁ ଅନ୍ୟତ୍ର ବିଦ୍ୟାଳୟ ରେ ନାମ ଲେଖାଇବା ପାଇଁ ବେଳ ପଦର ପ୍ରାଥମିକ ବିଦ୍ୟାଳୟ କୁ T.C ଆଣିବାକୁ ଯାଇଥିଲେ ହେଲେ ଅତି ଦୁଃଖ ର ବିଷୟ ଏହା ଯେ ପ୍ରଧାନ ଶିକ୍ଷୟତ୍ରୀ T.C ଦେବା କୁ ମନା କରିଥିଲେ ଆଉ ଛାତ୍ରୀ ଙ୍କ ବାପା ଙ୍କୁ କହିଥିଲେ ତମ ଏଠି ପାଠପଢିବା ରେ କଣ ଅସୁବିଧା ହଉଛି ସେଠି ପଢିଲେ ସେ କଣ collector ହବକି କହି T.C ଦେବା କୁ ମନା କରିଥିଲେ । ତା’ପରେ ଅନୁରୋଧ କରିବା ସତ୍ୱେ T.C ବାବଦକୁ ୨୦୦ ଟଙ୍କା ଦାବି କରିଥିଲେ । ଯଦି ଓ ଏ ପରି ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କ ଠାରୁ ୨୦୦ ଟଙ୍କା ନେଇଥିବା ଅଭିଯୋଗ ହେଇଛି । ଏ ସମ୍ପର୍କ ରେ ମୁରିବାହାଲ BEO ଙ୍କ ଠାରେ ଲିଖିତ ଅଭିଯୋଗ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି କରାଯାଇଛି । ଏ ନେଇ ମୁରିବାହାଲ BEO ପ୍ରବୀର ପଣ୍ଡା ଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ପାଇବା ପରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପ୍ରମାଣ ମଗାଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁରିବାହାଲ BEO କହିଛନ୍ତି ।

Leave a Reply

Your email address will not be published.