ଜିଲ୍ଲାସ୍ତରୀୟ କୃଷିମେଳା ଅନୁଷ୍ଠିତ

ଖଇରା,(ନାଗରାଜ ନ୍ୟୁଜ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୃଷିଜିଲ୍ଲା ଅଧିକାରୀ ସିମୁଳିଆଙ୍କ ଆୟୋଜନରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତ ପତିରାଜପୁର ମେଳନ ପଡିଆରେ ଜିଲ୍ଲା ସ୍ତରୀୟ କୃଷିମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ସଂଖ୍ଯାରେ କୃଷକ ସଂଗଠନ, କୃଷି ଉତ୍ପାଦକ ସଂଗଠନ, କୃଷି ଓ ଆନୁଷଙ୍ଗିକ ବିଭାଗ ଯୋଗଦେଇ କୃଷକ ମାନଙ୍କୁ ଉନ୍ନତ ଜ୍ଞାନକୌଶଳ ବାବଦରେ ସହାୟତା ଯୋଗାଇ ଦେବାର ବ୍ଯବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଏବଂ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରତିନିଧି ଭାବେ ଜୟନ୍ତ କୁମାର ରାଉତ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମନ୍ତ୍ରୀ ମହୋଦୟ ପ୍ରଥମେ କୃଷିରଥ ଉଦଘାଟନ କରିବା ପରେ ବିଭିନ୍ନ କୃଷି ମଣ୍ଡପ ପରିଦର୍ଶନ କରିଥିଲେ । ପରେ ପରେ କୃଷି ସଭା ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ, ସରପଞ୍ଚ ପୁଷ୍ପଲତା ଘଡେଇ, ଜିଲ୍ଲା କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ, ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର ଓ ସୁଷମା ମହାପାତ୍ର, ସମିତି ସଭ୍ୟ ରଞ୍ଜନ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ହୋଇ କୃଷି ଓ କୃଷକ ମାନଙ୍କ ବହୁବିଧ ଉନ୍ନତି ନିମନ୍ତେ କୃଷି ବୈଜ୍ଞାନିକ ମାନଙ୍କ ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ୧୦ ଜଣ ସଫଳଚାଷୀ ଓ କୃଷି ଯନ୍ତ୍ରପାତି ହାତତିଆରି ପାୱାର ଟିଲର ଉଦଘାଟନକାରୀ ଭାସ୍କର ମହାରଣାଙ୍କୁ ମାନ୍ଯବର ମନ୍ତ୍ରୀ ମହୋଦୟ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସନ୍ଧ୍ୟାରେ କୃଷି ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଗତ ତା ୧୫/୫/୨୨ ରିଖ ରବିବାର ଦିନ ଆରମ୍ଭ ହୋଇଥିବା କୃଷି ମେଳା ତା ୧୬/୫/୨୨ ରିଖ ସୋମବାର ଶେଷ ହେବ । ଏହି ଦିବସ ବ୍ଯପୀ କାର୍ଯ୍ୟକ୍ରମକୁ ଖଇରା ଓ ସିମୁଳିଆ କୃଷି କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତଙ୍କ ସଭାପତିତ୍ବରେ ବିଭିନ୍ନ କୃଷି ଅଧିକାରୀ ଏବଂ ଅଞ୍ଚଳରୁ ବହୁ ସଫଳଚାଷୀ ଏବଂ କୃଷକମାନେ ଯୋଗଦେଇଥିଲେ ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.