ମାଲିସିରା ସ୍କୁଲରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳିତ

ମୁରିବାହାଲ, (ନାଗରାଜ ନ୍ୟୁଜ): ବଲାଙ୍ଗିର ଜ଼ିଲ୍ଲା ମୁରିବାହାଲ ବ୍ଲକ ଅଧିନସ୍ଥ ମାଲିସିରା ପ୍ରାଥମିକ ବିଦ୍ୟାଳୟ ରେ ନବମ ତମ ଅlନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି l ମାଲିସିରା ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ଅଧ୍ୟକ୍ଷତା ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଚଳିତ ବର୍ଷ ଆର୍ଟ ଅଫ ଗିଭିଂ ର ବିଷୟ ବସ୍ତୁ ବିଶ୍ୱରେ ମାନବ ସମାଜରେ ଶାନ୍ତି ମୈତ୍ରୀ ଖୁସି ପ୍ରତିଷ୍ଠା ପାଇଁ ଆଶା, ଖୁସି,ଏକତା ର ବାର୍ତ୍ତା ପହଞ୍ଚାଇବା l ସନ୍ଥକବି ଭୀମ ଭୋଇ ଙ୍କ ଦର୍ଶନ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁଁ କେବା ସହୁ,ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ “ଆଦର୍ଶ ରେ ଅନୁପ୍ରାଣିତ ହୋଇ କିସ କିଟ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତାନନ୍ଦ ସାମନ୍ତ ମାନବ ସେବା ରେ ନିଜ ଜୀବନ କୁ ଉତ୍ସର୍ଗୀକୃତ କରିଛନ୍ତି l ଡ଼ ସାମନ୍ତ ଙ୍କ ନିସ୍ଵାର୍ଥ ସମାଜ ସେବା କୁ ବକ୍ତା ମାନେ ପ୍ରଶଂସା କରିଥିଲେ l ସଭା କାର୍ଯ୍ୟ ପରେ ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ,ବଳ ପେନ ପ୍ରଦାନ କରାଯାଇଥିଲା l ପରିବେଶ ସୁରକ୍ଷା ସଚେତନତା ଉଧେଶ୍ୟ ରେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ସୂଚନାଯୋଗ୍ୟ ଯେ କିସ କିଟ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଦ୍ୱାରା 17 ମେ 2013 ରେ ଅନ୍ତର୍ଜାତୀୟ ଦେବାର କଳା ଦିବସ ପ୍ରତିଷ୍ଠା ହୋଇଥିଲା l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବ୍ଲକ ସମ୍ପାଦକ ଭୁବନ ମାଝୀ ,ଖୁସିରାମ ଧରୁଆ , ସହିତ ସ୍କୁଲ ର ଶିକ୍ଷକ ମାନେ ପ୍ରମୁଖ ସହଯୋଗ କରିଥିଲେ !

ମୁରିବାହାଲ ବ୍ଲକରୁ ସୁବାଶ ମାଝୀଙ୍କ ରିପୋର୍ଟ

Leave a Reply

Your email address will not be published.