ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ହାଇକୋର୍ଟ ବାର ଆସୋସିଏସନର ସମର୍ଥନ ଲୋଡିଲା ଶ୍ରୀ ଜଗନ୍ନାଥ ସେନା

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟ ବାର ଆସୋସିଏସନର ସମର୍ଥନ ଲୋଡିଲା ଶ୍ରୀ ଜଗନ୍ନାଥ ସେନା । ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ହାଇକୋର୍ଟ ବାର କର୍ମକର୍ତ୍ତାଙ୍କୁ ଭେଟି ଏହି ଆନ୍ଦୋଳନରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।ଏହି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ବାରକୁ ଏକ ଦାବି ପତ୍ର ପ୍ରଦାନ କରିଛି ଜଗନ୍ନାଥ ସେନା । ସମସ୍ତ ଆଇନଗତ ସହାୟତ କରିବାକୁ ବାରକୁ ଅନୁରୋଧ କରିଛି ଜଗନ୍ନାଥ ସେନା । ଅନ୍ୟପଟେ ସାଧାରଣ ପରିଷଦ ବୈଠକରେ ଆଲୋଚନା କରିବା ପରେ ବାର ନିଷ୍ପତ୍ତି ନେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ । ସମସ୍ତ କଥାକୁ ତର୍ଜମା କରି ଆଇନ ଅନୁଯାୟୀ ସାହାଯ୍ୟ କରାଯିବ ବୋଲି କହିଛନ୍ତି ହାଇକୋର୍ଟ ବାର ସମ୍ପାଦକ ।ଶ୍ରୀମନ୍ଦିର ବେଆଇନ ଖନନ କାର୍ଯ୍ୟକୁ ବିରୋଧ କରି ଦିଲ୍ଲୀରୁ ପୁରୀ ଯାଏଁ ଆନ୍ଦୋଳନ ଜାରି ରଖିଛି ଜଗନ୍ନାଥ ସେନା । ଏହାକୁ ପୁରୀ ଓକିଲା ସଂଘ ସମର୍ଥନ କରିଛନ୍ତି । ଏନେଇ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଏକ ନିବେଦନ ପତ୍ର ଦେଇଛି ଜଗନ୍ନାଥ ସେନା ।

Leave a Reply

Your email address will not be published.