କେନ୍ଦୁପତ୍ର ତୋଳାଳୀ, ଚପରାସୀ ଓ ମନସୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦାବିପତ୍ର

ବଲାଙ୍ଗୀର, (ନାଗରାଜ ନ୍ୟୁଜ): କେନ୍ଦୁପତ୍ର ପଶ୍ଚିମ ଓଡ଼ିଶାର ଏକ ଅର୍ଥକାରୀ ଫସଲ । କେନ୍ଦୁପତ୍ର ଉପରେ ନିର୍ଭର କରି ଲକ୍ଷ୍ୟାଧିକ ପରିବାର କିଛି ମାସ ପରିତ୍ରାଣ ହେଉଛନ୍ତି । କେନ୍ଦୁପତ୍ର ଜୀବନ ଜୀବିକା ର ଅନ୍ୟ ଏକ ଆଶାବାଡ଼ି କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରବଳ ଖରା ରେ ମହିଳା ମାନେ ନିଜ ନିଜ ପିଲା ଛୁଆ କୁ ଛାଡି କେତେ ପରିଶ୍ରମ କରି ନିଜ ଜୀବନ କୁ ବାଜି ଲଗେଇ କେନ୍ଦୁପତ୍ର ତୋଳିଥାନ୍ତି । ନା ଜୀବଜନ୍ତୁ କୁ ଡରଥାଏ, ନା ସାପ କିମ୍ବା ବିଷଧର କୀଟ ପତଙ୍ଗକୁ ଡରଥାଏ । ବହୁତ କଷ୍ଟରେ ପତ୍ର ସଂଗ୍ରହ କରିଥାନ୍ତି । ପତ୍ର ତୋଳି ଘରକୁ ଆସି ପୁଣି ପତ୍ର ବନ୍ଧେଇ କାର୍ଯ୍ୟରେ ଲାଗି ପଡନ୍ତି ,ଗୋଟିଏ ପଟେ ରନ୍ଧା କାର୍ଯ୍ୟ ଥାଏ ତ ଗୋଟିଏ ପଟେ ନିଜ ପିଲା ଛୁଆ କୁ ଦେଖା କରିବା । ପତ୍ର କୁ ବାନ୍ଧି ସାରିଲା ପରେ ପାଖରେ ଥିବା ଫଡ଼ି ଘରକୁ ଶୁଖେଇ ନିଅନ୍ତି । ଏହି ସମୟରେ ବିଭାଗୀୟ ଅଧିକାରୀ ମାନଙ୍କ ଅତ୍ୟାଚାର ବଢିଯାଏ, କେତେ କଟନୀ ଛଟଣି କେତେ ନୀତି ନିୟମ ଦେଖେଇଥାନ୍ତି । ସେ ଭିତରେ ମନସୀ ,ଚପରାସି ମାନଙ୍କୁ ବିଭାଗୀୟ ଅଧିକାରୀ ମାନେ କେତେ ତାଗିତ କରିଥାନ୍ତି, କାମ ଉପରେ କାମର ବୋଝ ଦେଇ ଚାଲି ଥାନ୍ତି । ପ୍ରତ୍ୟେକ ବର୍ଷ ଫଡ଼ି ମରାମତି ନାଁ ରେ ଅର୍ଥ ଶ୍ରାଦ୍ଧ କରି ହରିଲୁଟ କରି ମନସୀ ,ଚପରାସୀ ମାନଙ୍କ ମୁଣ୍ଡରେ ଅଠା ବୋଲି ଦିଅନ୍ତି । କେତେ କେତେ ଜାଗାରେ ନଡ଼ା ବଦଳରେ ସାଧା ପୁଆଲ ଦେଇ ଦେଉଛନ୍ତି । ଫଡ଼ିର ମରାମତି କାମରେ ଲାଗିଥିବା ଶ୍ରମିକ ମାନଙ୍କୁ ମଧ୍ୟ ପାଉଣା ଦେବାରେ ବିଳମ୍ବ, ମନସୀ,ଚପରାସି ମାନେ ନିଜ ପଇସା ରେ ବିଭିନ୍ନ ସାମଗ୍ରୀ ଲଗେଇଥିଲେ ମଧ୍ୟ ତାର ପାଉଣା ପାଇବା ବିଳମ୍ବ କରିଥାନ୍ତି । ତୋଳାଳୀ ମାନଙ୍କ ପତ୍ର ଖରଦୀ କରିବା ବଦଳରେ ମନସୀ,ଚପରାସି ମାନଙ୍କୁ ଟାର୍ଗେଟ ସରିଗଲା ବୋଲି ଧମକ ଚମକ ଦେଇଥାନ୍ତି । କେନ୍ଦୁପତ୍ର ମିଳୁଥିଲେ ମଧ୍ୟ ପତ୍ର ନ ତୋଳିବା ପାଇଁ ବାଧ୍ୟ କରୁଛନ୍ତି । ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଅନେକ ସେକ୍ସନ ରେ କେତେ ଜଣ ଫରେଷ୍ଟର ଠିକ କାର୍ଯ୍ୟ ତୁଲାଇ ତୋଳାଳୀ, ଚାପରଶି ଓ ମନସୀ ମାନଙ୍କ ହୃଦୟ ଜିତିଥିବା ବେଳେ ପାଟଣାଗଡ଼ ରେଞ୍ଜ ଅନ୍ତର୍ଗତ କେନ୍ଦୁମୁଣ୍ଡି ସେକ୍ସନ ର ଫରେଷ୍ଟର ଅନ୍ତର୍ଯ୍ୟାମୀ ପଟେଲ ମାନମୁଖୀ ଶାସନ ଚଳାଉଛନ୍ତି ।

କେନ୍ଦୁମୁଣ୍ଡି ସେକ୍ସନ୍ ର ଗୁହରିଆମୁଣ୍ଡା ଫଡି ରେ ପତ୍ର ତୋଳି ଥିବା ବେଳେ ରିପୋଟ ନେବାକୁ ଚେକର୍ କୁ ସିଧା ସଳଖ ମନା କରିଥିଲେ ଫରେଷ୍ଟର ବାବୁ ଜଣକ ,କାରଣ ସେହି ଫଡି ର ଚପରାଶି ତା ଦୁଇ ଦିନ ଆଗରୁ ଗୋଛା କଟା ଦରମା ଆଜ କୁ ଚାରି ମାସ ହେବ ପାଇନାହାନ୍ତି ଏବଂ ଫଡି ରିପିଆର୍ ପଇସା ମାଗିବାରୁ ଫରେଷ୍ଟର ଓ ଚପରାସି ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ।ପୋଗ୍ରାମ ର ଆଲ ଦେଖାଇ ମୁନସି ଚପରସି କୁ ବିନା ପୋଗ୍ରାମ ରେ ପତ୍ର ଖ୍ରଦି କରିଛ ବୋଲି ଭୁଆଁ ବୁଲଉଛନ୍ତି । ଏ ବିଷୟ ରେ DFO ଓ ରେଞ୍ଜର୍ ଙ୍କୁ ଅବଗତ କରାଇ ଥିଲେ ମଧ୍ୟ୍ୟ ତା ଉପରେ ସମାଧାନ କରୁ ନାହାନ୍ତି । ଯଦି ପତ୍ର ତୋଳାର ରିପୋଟ ନ ନେବେ ତୋଲଲି ଙ୍କୁ କେମିତି ପଇସା ମିଳିବ , ତୋଳାଳୀ ,ଚପରାଶି ଓ ମନସୀ ମାନଙ୍କୁ ଭଲ ବ୍ୟବହାର ଦେଖାଉନାହାନ୍ତି । ଠିକ ଭାବେ କାର୍ଯ୍ୟ ସମ୍ପାଦନ କରୁନାହାନ୍ତି ଏଣୁ ଏହି ଫରେଷ୍ଟର କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଅନ୍ୟତ୍ର ବଦଳି କରୁବାକୁ ଦୃଢ଼ ଦାବୀ କରାଯାଇଛି ।ତୋଳାଳୀ, ମନସୀ ଓ ଚପରାସି ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲାପାଳ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଓଡ଼ିଶା, ପି ସି ସି ଏଫ ଓଡ଼ିଶା ଭୁବନେଶ୍ୱର ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆଜିର ଦାବିପତ୍ର ପ୍ରଦାନ ସମୟରେ ଗିରିରାଜ ଭୋଇ, ଲଳିତ ମଲ୍ଲିକ,ବାଳମକୁନ୍ଦ କୁଅଁର, କୁଞ୍ଜବିହାରି ଧରୁଆ,ନିହାର ଧରୁଆ, ଚୈତନ୍ୟ ସୁନା ଓ ସଂଘର ଅନେକ ସଦସ୍ୟ ଉପସ୍ଥିତ ଥିଲେ

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published.