କଥାଦେଇ କଥା ରଖିଲେ ସାରଡାଙ୍ଗ ସରପଞ୍ଚ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ କଥା ରଖିଲେ । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଦେଇଥିବା କଥା ଆଜି ତାହା କାର୍ଯ୍ୟରେ କରି ଦେଖାଇଛନ୍ତି । ସରପଞ୍ଚ ପ୍ରାର୍ଥନୀ ପ୍ରଣତିବାଳା ମାଝୀ ନିର୍ବାଚନ ବେଳେ ବରେନ୍ଦ୍ର ବେହେରାଙ୍କୁ ଭତା କରି ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ପ୍ରକାଶ ଥାଉ କି ବରେନ୍ଦ୍ର ବେହେରା ପକ୍ଷାଘାତରେ ଆକ୍ରାନ୍ତ । ତାଙ୍କର ପ୍ରମାଣ ପତ୍ର ହୋଇ ନ ଥିବାରୁ ସେ ଭତା ପାଇବା ରୁ ବଞ୍ଚିତ ଅଛନ୍ତି । ଯେ ପର୍ଯ୍ୟନ୍ତ ସେ ଭଲ ହୋଇ ପାଇନାହାନ୍ତି ସେ ପର୍ଯ୍ୟନ୍ତ ସରପଞ୍ଚ ପ୍ରାର୍ଥନୀ ନିଜସ୍ଵ ଅର୍ଥରୁ ପାଞ୍ଚ ଶହ ଟଙ୍କା ଲେଖାଏ ପ୍ରତି ମାସ ଦେବେ । ସରପଞ୍ଚ ପ୍ରଣତିବାଳା ମାଝୀ ପଞ୍ଚାୟତର ନିର୍ବାଚିତ ହେଲା ପରେ କଥାଦେଇ କଥା ରଖୁଥିବାରୁ ଜନସାଧାରଣ ପ୍ରଶଂସା କରିଛନ୍ତି । ତାଙ୍କ ନଜରକୁ ଯଦି ଏଭଳି କୌଣସି ବ୍ୟକ୍ତି ବିଶେଷ ଆସନ୍ତି ସେ ସାହାର୍ଯ୍ୟ ର ହାତ ବଢାଇବେ ବୋଲି ପ୍ରକାଶ କରିଛନ୍ତି ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.