ବିପଦ ସଙ୍କୁଳ ଅବସ୍ଥାରେ ପୋଲ, କେତେବେଳେ କାହାର ଜୀବନ ବି ଯାଇପାରେ !

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥ ଖଇରା ବ୍ଲକ ଆଳଦା – ପଳସା – ଡୁଙ୍ଗୁରା ରାସ୍ତା ବିଭାଗୀୟ ଅଧିକାରୀଙ୍କ ଅବହେଳା ଚରମ ସୀମାରେ ପହଞ୍ଚିଲାଣି । କେଉଁଠି ନର୍ଦ୍ଦମା ପାଣି ତ କେଉଁଠି ବର୍ଷା ପାଣି ଜମିବା ସହିତ ଧିରେ ଧିରେ ରାସ୍ତାଟି ସଙ୍କୋଚିତ ହେବାରେ ଲାଗିଲାଣି । ଦିନକୁ ଦିନ ଏପରି ଅବହେଳା ବଢିବା ସହିତ ମରଣଯନ୍ତା ପାଲଟିବା ଆରମ୍ଭ ହୋଇଛି । ଉଦାହରଣ ସ୍ବରୂପ ପଳସା ମଠ ନିକଟ ଗେଙ୍ଗୁଟି ନଈ ପୋଲକୁ ନିଆଯାଇପାରେ ! ଦୀର୍ଘଦିନ ହେବ ଏହି ପୋଲଟି ନିର୍ମାଣ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ପୋଲ ଢଳେଇ ପାର୍ଶ୍ଵରେ ସୃଷ୍ଟି ହୋଇଛି ଗର୍ତ୍ତ । ଏହି ରାସ୍ତା ଦେଇ ଦୈନିକ ଶହଶହ ଗାଡିମୋଟର ଯାତାୟତ କରିବା ସହିତ ପ୍ରାୟ ୧୦ ଗୋଟି ପଞ୍ଚାୟତରୁ ଲୋକମାନେ ବ୍ଲକ କାର୍ଯ୍ୟାଳୟକୁ ଯିବାଆସିବା କରିଥାନ୍ତି । ଗର୍ତ୍ତ ହେବା ଦ୍ବାରା ପୋଲଟି ଦୁର୍ବଳ ହୋଇପଡିଛି, କେତେବେଳେ ଯେ ଭୁଷୁଡି ପଡିବ, କାହା ଜୀବନ ଯିବ ତାହା କିଏ କହିପାରିବ ! ଏବାବଦରେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଉଥିଲେ ମଧ୍ୟ ଫଳ ଶୂନ୍ୟ । ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ପରେ ବି ଭାଙ୍ଗୁନି ନିଦ ପ୍ରଶାସନର । ତେଣୁ ବିଭାଗୀୟ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ନଚେତ୍ ଆଗାମୀ ଦିନରେ ଜନ ଆନ୍ଦୋଳନକୁ କେହି ରୋକି ପାରିବେ ନାହିଁ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.