ଗୁରୁକୂଳ ସ୍କୁଲ ନିମନ୍ତେ ଗଜପତିଙ୍କ ଆଲୋଚନା

ପୁରୀ,(ନାଗରାଜ ନ୍ୟୁଜ): ଆଜି ନୀଳାଦ୍ରି ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଗୁରୁକୂଳ ସେବା କମିଟି ବୈଠକ ।ଏଥିରେ ସେବାୟତ ବିଦ୍ୟାର୍ଥୀଙ୍କ ପାଇଁ ପ୍ରସ୍ତାବିତ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସ୍କୁଲ ନିର୍ମାଣକୁ ନେଇ ହୋଇଛି ବୈଠକରେ ଆଲୋଚନା । ତେବେ ସେବାୟତଙ୍କ ପାଇଁ ଗୁରୁକୂଳ ସ୍ଥାପନ , ଆବାସ ଯୋଜନା ଆଦି ପ୍ରସଙ୍ଗରେ ହେଉଛି ଆଲୋଚନା ।ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନେଇ ପ୍ରସ୍ତୁତ ହେବ ବାଇ-ଲ । ବାଇ-ଲ ରେ ଗୁରୁକୂଳର ରୂପରେଖ ଆଦି ନେଇ ଆଲୋଚନା ପରେ ଗୁରୁକୁଳ ନିର୍ମାଣ କରିବା ସଂସ୍ଥା ଆଦିତ୍ୟ ବିର୍ଲା ସହ ହେବ ଏମଓୟୁ । ଆଦର୍ଶ ଗୁରୁକୂଳରେ ପଢିବେ ସେବାୟତ ପିଲା।ସେଥିପାଇଁ ରହିବ ସ୍ୱତନ୍ତ୍ର ସଂରକ୍ଷଣ । ଆଉ ବିଦ୍ୟାଳୟ ପାଇଁ ରହିବ development fund .। ସେପଟେ ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ପ୍ରସ୍ତାବ ପରେ ଅନୁମୋଦନ ଲାଭ କରିବ । ଏ ସମ୍ପର୍କିତ MOU ସମ୍ପର୍କରେ ଆଲୋଚନା କରାଯିବ । MOU ଓ ବାଇ ଲ ଆଜି ଚୂଡ଼ାନ୍ତ ହେବା ପରେ ପରିଚାଳନା କମିଟି ବୈଠକରେ ମୋହର ବାଜିବ।ଗୁରୁକୁଳ ନିର୍ମାଣ ପାଇଁ ସୁପ୍ରିମକୋର୍ଟ ୬ କୋଟିରୁ ଅଧିକ ଆର୍ଥିକ ଅନୁଦାନ ଦେଇଛନ୍ତି। ଗତ ଏପ୍ରିଲ ୨୨ ଓ ୨୫ ତାରିଖ ପରିଚାଳନା କମିଟି ବୈଠକରେ ମଧ୍ୟ ଏ ନେଇ ଆଲୋଚନା ହୋଇଥିଲା ।

Leave a Reply

Your email address will not be published.