ଇଲେକ୍ଟ୍ରି ସିଟି ଏମ୍ ଇଜ ଫେଡେରେସନ ଅଫ ଇଣ୍ଡିଆର ଦ୍ଵିତୀୟ ଅଧୀବେଶନ

ପୁରୀ, (ନାଗରାଜ ନ୍ୟୁଜ): ପୂର୍ବରୁ ଇଲେକ୍ଟ୍ର ମିଟର ରିଡିଂ ଓ ବିଲ୍ କଲେକ୍ସନ କାର୍ଯ୍ୟକୁ ସ୍ଥାୟୀ ଭାବେ ଗଣାଯାଉଥିଲା। ଏବେ ଏହା ଠିକା କାର୍ଯ୍ୟ ତଥା ଅସ୍ଥାୟୀ କାର୍ଯ୍ୟ ବୋଲି ବିବେଚନା କରାଯାଉଛି । ଠିକା ସଂସ୍ଥା ଦ୍ବାରା ନିଯୁକ୍ତ ଏହି କୁଶଳୀ କର୍ମଚାରୀଙ୍କୁ ଶୋଷଣ କରାଯାଉଛି।ଏମାନଙ୍କ ଭଳି ରାଜ୍ୟର ବିଭିନ୍ନ ସଂସ୍ଥା ଅଧୀନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନ୍ୟାୟ ମିଳୁନି। ଏପରିକି ଦରମା ନିୟମିତ ମିଳୁ ନଥିବା ବେଳେ ଅନ୍ୟାନ୍ୟ ସୁବିଧାରୁ ସେମାନେ ବଞ୍ଚିତ ହେଉଛନ୍ତି। ରବିବାର ଇଲେକ୍ଟ୍ରି ସିଟି ଏମ୍ ଇଜ ଫେଡେରେସନ ଅଫ ଇଣ୍ଡିଆ ଦ୍ଵିତୀୟ ଅଧୀବେଶନରେ ଅତିଥିମାନେ ଏନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ମିଟର ରିଡିଂ ଓ ବିଲ୍ କଲେକ୍ସନରେ ନିଯୁକ୍ତ କର୍ମଚାରୀଙ୍କ ସମେତ ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ପ୍ରତି ମାସର ୭ତାରିଖ ସୁଦ୍ଧା ଦରମା ପ୍ରଦାନ, ମେଡିକାଲ ସୁବିଧା ସହ ସମସ୍ତ ଷ୍ଟାଚୁଟାରୀ ସୁବିଧା ପ୍ରଦାନ, ପୁରୁଣା ପେନସନ୍ ଲାଗୁ କରିବା, ସମାନ କାମକୁ ସମାନ ଦରମା, ଅବସର ନେଉଥିବା ଠିକା କର୍ମଚାରୀଙ୍କୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଆଦି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ମଞ୍ଚ ଗଠନ କରାଯାଇ ବିଦ୍ୟୁତ ଉପଭୋକ୍ତାଙ୍କୁ ଠିକା କମ୍ପାନିର ଶୋଷଣରୁ ମୁକ୍ତ କରିବାକୁ ପ୍ରାୟସ କରାଯାଉଥିବା ମଞ୍ଚାସୀନ ଅତିଥିମାନେ ସୂଚନା ଦେଇଥିଲେ । ଶ୍ରୀକ୍ଷେତ୍ର ମାଟିରେ ମହାପ୍ରଭୁଙ୍କ ବାହୁ ଛାୟାରେ ଯେଉଁ ଆଲୋଚନା ଓ ନିଷ୍ପଭି ହୋଇଛି ସେଥିରେ ଠିକା କର୍ମଚାରୀମାନେ ସଫଳତା ପାଇବା ସହ ଆଗାମୀ ଦିନରେ ଏହା ଏକ ଐତିହାସିକ ଦିନ ହେଉ ବୋଲି ଇଫିର କର୍ମକର୍ତ୍ତାମାନେ ଆଶା ପୋଷଣ କରିଛନ୍ତି।

କାର୍ଯ୍ୟକ୍ରମରେ ଇଫିର ସର୍ବଭାରତୀୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ନନ୍ଦି, ସମ୍ପାଦକ ପ୍ରଣୟ କୁମାର ନାୟକ, ଓଡ଼ିଶା ବିଜୁଳି କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ପଞ୍ଚାନନ ଜେନା, ରାଉରକେଲା ଓଏସ୍‌ଇବି ଏମ୍ବୋଇଜ ୟୁନିୟନ ସମ୍ପାଦକ ସନ୍ତୋଷ ସାହୁ ଓ ବିଜୟ ପ୍ରଧାନ, ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ ସଂଘ କର୍ମକର୍ତ୍ତା ବିରଞ୍ଚି ସାହୁ, ବିଶ୍ବନାଥ ସାହୁ, ପଦ୍ମଲୋଚନ ସାହୁ, ରଞ୍ଜିତ୍ ଲେଙ୍କା,ସମ୍ବିତ ପଣ୍ଡା, ହିମାଂଶୁ ଶେଖର ମିଶ୍ର, ମୁକୁନ୍ଦ କୁଅଁର,ସୁନିଲ ସିଂ, ସତ୍ୟରଞ୍ଜନ ସ୍ବାଇଁଙ୍କ ସମେତ ଓଏସ୍‌ଇବି ମିନିଷ୍ଟ୍ରିଆଲ୍‌ ୟୁନିୟନ୍, ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ, ଭବାନୀପାଟଣା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାତ୍ଵିକ ସଂଘ ନେତୃବୃନ୍ଦ ସମାବେଶରେ ଉଦ୍‌ବୋଧନ ପୁରୀ ସେସୁ ମିଟର ରିଡର୍ ବିଲ୍ କଲେକ୍ସନ ସଂଘ ତଥା ଇଫିର ରାଜ୍ୟ ସମ୍ପାଦକ ତଥା ଜାତୀୟ ଅନୁଷ୍ଠାନ ଉପସଭାପତି ଆଡଭୋକେଟ ଶ୍ରୀକାନ୍ତ ପରିଜା, ସାଧାରଣ ସମ୍ପାଦକ ନୃସିଂହ ଦାଶ ଓ ଏସ୍ କେ ଆଜାଦ୍‌ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published.