5T ସ୍କୁଲ କାର୍ଯ୍ୟ ନିମ୍ନମାନର ନିର୍ମାଣ ହୋଇଥିବାନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଇରା, (ନାଗରାଜ ନ୍ୟୁଜ): ଭଦ୍ରକ ଜିଲ୍ଲାର ବାସୁଦେବ ପୁର, ଶିକ୍ଷାର ପ୍ରସାର ପାଇଁ ସରକାରଙ୍କ ତରଫରୁ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ ବର୍ତ୍ତମାନ ଦେଖିବାକୁ ମିଳିଛି ବିଦ୍ୟାଳୟକୁ ରୂପାନ୍ତରିତ କରିବା ପାଇଁ ଟଙ୍କା ଖର୍ଚ୍ଚ ହେଉଛି । 5T ର ସ୍ମାର୍ଟ ବିଦ୍ୟାଳୟ କିନ୍ତୁ କିଛି ଅସାଧୁ କଣ୍ଟ୍ରାକ୍ଟର ପାଇଁ ବଳି ପଡୁଛି ବିଦ୍ୟାଳୟ । ଏବଂ ନିଜର ପକେଟ ଗରମ କରୁଛନ୍ତି । ଅନ୍ୟ ପଟେ କିଛି ସରକାରୀ କର୍ମଚାରୀ ଓ କୁଜିନେତା ଏବଂ କଣ୍ଟ୍ରାକ୍ଟର , ଯେଇ ,ତଥା ତଳୁ ଉପର ପର୍ଯନ୍ତ ସମସ୍ତ ଅଧିକାରୀ ମାନଙ୍କ ପାଇଁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାସୁଦେବପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଗାଁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମାତ୍ର 20ଦିନ ହେବ 5T କାର୍ଯ୍ୟ ସରିଥିବା ବେଳେ ବିଦ୍ୟାଳୟ ର ବିଭିନ୍ନ ସ୍ଥାନ ଏବଂ ଷ୍ଟେଜ ଫାଟି ମେଲା ହୋଇଗଲାଣି । ଏହି ଘଟଣା ଉପରେ ସାଧାରଣ ରେ ପ୍ରଶ୍ନ ଉଠୁଛି । ଯେଉଁଠି ପିଲା ମାନଙ୍କର ଭବିଷ୍ୟତ ଗଢା ହୁଏ । ସେହି ସ୍ଥାନରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ଟଙ୍କା ହଡ଼ପ କରିବା କେତେ ଦୂର ଠିକ୍ । ତାହା ଦେଖିବାକୁ ବାକି ରହିଲା କେବେ ପଦକ୍ଷେପ ନେବେ ଭଦ୍ରକ ଜିଲ୍ଲାର ଶିକ୍ଷା ପ୍ରଶାସନ । ପିଲା ମାନଙ୍କର ଭବିଷ୍ୟତ ସହିତ ଖେଳ ଖେଳିବା କେବେ ସରିବ ।

Leave a Reply

Your email address will not be published.