ମା’ ଧଉଳିଛତ୍ର ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ବାଲେଶ୍ବର,(ନାଗରାଜ ନ୍ୟୁଜ): ପରମ୍ପରା ଅନୁଯାଇ ଏବେ ବି ଲୋକମାନେ ନିଜର ମନସ୍କାମନା ପୂରଣ ପାଇଁ ବିଭନ୍ନ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଅଂଚଳ କୁଳିଗଡି ଗ୍ରାମରେ । ଗ୍ରାମର ପୂର୍ଣଚନ୍ଦ୍ର ବାରିକ କୌଣସି କାମନା ନେଇ ମା’ ଙ୍କ ନିକଟରେ ମାନସିକ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ମନସ୍କାମନା ପୂରଣ ହୋଇଥିଲା । ମାନସିକ ପୂରଣ ହେଲେ ମା’ ଙ୍କ ନିମନ୍ତେ ମନ୍ଦିର ତୋଳିଦେବା ପାଇଁ ମନରେ ଚିନ୍ତା କରିଥିଲେ । ମାନସିକ ପୂରଣ ହୋଇଥିବାରୁ ମା’ ଧଉଳିଛତ୍ର ଠାକୁରାଣୀ ଙ୍କର ଏକ ନୂତନ ମନ୍ଦିର ନିର୍ମାଣ କରିଥିଲେ । ଅଦ୍ଯ ତା ୨୬/୫/୨୨ ରିଖରେ ହୋମ ଯଜ୍ଞ ଓ ପୂଜା ଅର୍ଚ୍ଚନା ସହିତ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଶେଷରେ ଗ୍ରାମର ଲୋକମାଙ୍କୁ ମିଷ୍ଠାନ ଭୋଜନ କରିଥିଲେ । ସମସ୍ତ ଗ୍ରାମବାସୀ ଓ ବନ୍ଧୁ ବାନ୍ଧବ ସହଯୋଗ କରିଥିଲେ । ଅଞ୍ଚଳବାସୀ ଆନନ୍ଦରେ ପ୍ରସାଦ ସେବନ କରି ସନ୍ତୁଷ୍ଟ ହୋଇଥିଲେ । ଏହିପରି ପୂଜା ଅର୍ଚ୍ଚନା ଲୋକ ମାନଙ୍କ ମନ ଭିତରେ ଭକ୍ତି ଭାବ ସୃଷ୍ଟି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.