ଟ୍ରକ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ, ୬ ଜଣ ଗୁରୁତର ଆହତ

ଖଇରା, (ନାଗରାଜ ନ୍ୟୁଜ): ଟ୍ରକ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବା ବେଳେ ଯାଜପୁରରୁ ଅଟୋଟି କିଛି ଯାତ୍ରୀଙ୍କୁ ନେଇ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଟ୍ରକ ପଛପଟୁ ବାଡ଼େଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଆହତ ଅବସ୍ଥାରେ ଅଟୋ ମଧ୍ୟରୁ ଲୋକ ମାନଙ୍କୁ ଉଧାର କରିଥିଲେ ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ମେଡିକାଲରେ ଜଣକୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ୬ ଜଣଙ୍କର ଚିକିତ୍ସା ଅଦ୍ୟାବଧି ଜାରି ରହିଛି । ଯାହା ଫଳରେ କି ପ୍ରାଥମିକ ଚିକିତ୍ସା ପରେ ଆବଶ୍ୟକ ହେଲେ ଗୁରୁତର ମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published.