କାଳବୈଶାଖୀ ରଚିଲା ତାଣ୍ଡବଲୀଳା

ଖଇରା,(ନାଗରାଜ ନ୍ୟୁଜ): ଆଜି ତା ୨୯/୫/୨୨ରିଖ ଅପରାହ୍ନରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ/ତହସିଲର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ଖବର ସଂଗ୍ରହରୁ ଜଣାପଡିଛି ଯେ ଖଇରା ତହସିଲ ଅଧିନ କୋଚିଆକୋଇଲି ଆର ଆଇ, ନୟାଖଣ୍ଡି ପଞ୍ଚାୟତ ଭିତରକନିକା ଗ୍ରାମର ଜୀବନ କିଶୋର ଦାସଙ୍କ ଘର । ଅପରାହ୍ନରେ ସୃଷ୍ଟି ହୋଇଥିବା କାଳବୈଶାଖୀରେ ଶ୍ରୀ ଦାସଙ୍କର ୪ ବଖରା ଆଜବେଷ୍ଟ ଛପର ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଉକ୍ତ ଘରେ ଶ୍ରୀ ଦାସ ପରିବାର ସହିତ ବସବାସ କରୁଥିଲେ । ଏଥି ସହିତ ଘରର ସମସ୍ତ ଆସବାବପତ୍ର ମଧ୍ୟ ଭାଙ୍ଗି ନଷ୍ଟ ହୋଇଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ବସବାସ ନିମନ୍ତେ ପରିବାର ବେସାହାରା ହୋଇପଡିଛନ୍ତି । କୋଚିଆକୋଇଲି ଆର ଆଇ ଙ୍କ ତଦନ୍ତ ପରେ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ପରିମାଣ ଜଣାପଡି ବୋଲି ଅନୁମାନ କରାଯାଉଛି । ସେହିପରି ନନ୍ଦପୁର ଅଚ୍ୟୁତପୁରରେ ଏକ ପୁରୁଣା ବରଗଛ ରାସ୍ତା ଉପରେ ଉପୁଡି ପଡିବା ଦ୍ବାରା ଯାତାୟାତ ବନ୍ଦ ହୋଇଯାଇଥିଲା । ଖବରପାଇ ଖଇରା ଦମକଳ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.