ପୁରାତନ ଛାତ୍ର ସଂସଦର ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ଠାରେ ଥିବା ଦର୍ଶନ ପ୍ରସାଦ ସରକାରୀ ହାଇସ୍କୁଲ ପରିସରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପୁରାତନ ଛାତ୍ର ସଂସଦର ପ୍ରତିଷ୍ଠା ଦିବସ ପାଳନ ହେବ । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ସଂସଦର ସଭାପତି ମାୟାଧର ନାୟକଙ୍କ ସଭାପତିତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜୁନ୍ ମାସ ୧୫ ତାରିଖ ଦିନ ପାଳନ ହେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ଶତାୟୁ ପୁରୁଷ ସୁଧାଂଶୁ ଶେଖର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ସ୍ଥିର ହୋଇଛି । ଏଥିରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇ ସହଯୋଗ କରିବାକୁ ସଭାପତି ନିବେଦନ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାୟାଧର ସାହୁ, ଛାତ୍ର ସଂସଦର ସମ୍ପାଦକ, ବିଶ୍ବନାଥ ପୃଷ୍ଟି, ସୁରେନ୍ଦ୍ର ରାଉତ, ଅର୍ଜୁନ ଚରଣ ମଣ୍ଡଳ, ନିର୍ମଳ କୁମାର ପଣ୍ଡା, ରାଧା ରଞ୍ଜନ ପଣ୍ଡା ଓ ନନ୍ଦ କିଶୋର ପୃଷ୍ଟି ପ୍ରମୁଖ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.