ଓଡିଶା କମ୍ପ୍ୟୁଟର ଏକାଡ଼େମୀ ଓ ଉତ୍କଳ ଶିକ୍ଷା ସଂସ୍ଥାନ ତରଫରୁ ରକ୍ତଦାନ ଶିବିର

କଟକ, (ନାଗରାଜ ନ୍ୟୁଜ): ଗ୍ରୀଷ୍ମ ଋତୁରେ ଏସସିବି ବ୍ଲଡ ବ୍ୟାଙ୍କରେ ରକ୍ତର ଘୋର ଅଭାବ କୁ ଆଖିଆଗରେ ରଖି ଆଜି ଉତ୍କଳ ଶିକ୍ଷା ସଂସ୍ଥାନ ଓ ଓଡିଶା କମ୍ପ୍ୟୁଟର ଏକାଡ଼େମୀ ବାଦାମବାଡ଼ି କଟକ ଙ୍କ ଦ୍ଵାରା ଏକ ସ୍ଵତନ୍ତ୍ର ଗ୍ରୀଷ୍ମକାଳୀନ ସ୍ଵଚ୍ଛାକୃତ ରକ୍ତ ଦାନ ଶିବିର ଓଡିଶା କମ୍ପ୍ୟୁଟର ଏକାଡ଼େମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର କୁ ସ୍ଥାନୀୟ ଡେପୁଟି କିଶନର ସଂଜିବିତା ରଏ ପୋଲିସ ଆଇଆଇସି ରଶ୍ମୀ ରଞ୍ଜନ ମହାପାତ୍ର ଓ ସି ଏ ର ନିର୍ଦ୍ଦେଶକ ସୂର୍ୟନାରାୟନ ରାଉତଙ୍କ ଓ ଶାନ୍ତନୁ କୁମାର ସାହୁ ଙ୍କ ଉପସ୍ଥିତି ରେ ଉଦଘାଟନ କରିଥିଲେ। OCA ର ଡାଇରେକ୍ଟର ନିଜେ ପ୍ରଥମେ ରକ୍ତଦାନ କରି କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ା ବୀଣାପାଣି ତ୍ରିପାଠୀ, ଫେଡ଼ରେସନ ଅଫ ବ୍ଲଡ ଡନୋର ଅର୍ଗାନାଇଯେସନ ଅଫ ଓଡ଼ିଶା (FBDOO) ର କାର୍ଯ୍ୟକାରୀ ସଭାପତି ଡ଼ ନରେଶ ଚନ୍ଦ୍ର ସାହୁ ଓ କଟକ ଯୁବ ରେଡ କ୍ରସ୍ ସଂପାଦିକା ଡ଼ ସସମିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଓ. ସି. ଏ ଓ ୟୁ ଏସ ଏସ ର କର୍ମଚାରୀ ନାରାୟଣ ପାଢ଼ୀ, ନିତୁ ସିଂ, ଚିନ୍ମୟୀ ପାଣିଗ୍ରାହୀ, ଅନିମା ଦେବତା, ସତ୍ୟଭାମା ରାୟ, ସ୍ଵର୍ଣ୍ଣଲକ୍ଷ୍ମୀ ପ୍ରଧାନ, ଜ୍ୟୋତିମୟୀ ପଣ୍ଡା, ଅରବିନ୍ଦମୁଦୁଲି, ରାମଚନ୍ଦ୍ରପଣ୍ଡା ଓ ଦିପରାନି ପଟ୍ଟନାୟକ ଶିବିର ପରିଚାଳନା କରିଥଲେ। ଓଡିଶା ବ୍ଲଡ ସେଣ୍ଟର ଏସ. ସି.ବି. ମେଡିକାଲ କଲେଜ କଟକ ,ରକ୍ତଭଣ୍ଡାର କର୍ମଚାରୀ ରାମଚନ୍ଦ୍ର ଖଟୁଆ, ସଦାନନ୍ଦ ଜେନା, ଚିନ୍ମୟ ରଞ୍ଜନ ସାହୁ, ବି. ପି. ଘୋଷ ଓ ବିଶ୍ୱଜିତ୍ ସେନାପତି ରକ୍ତ ସଂଗ୍ରହ କରିଥିଲେ। ପ୍ରବଳ ଗରମ ସତ୍ତ୍ୱେ ଉକ୍ତ ରକ୍ତଦାନ ଶିବିରରୁ ଏକ ଶହ ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଉତ୍କଳ ଶିକ୍ଷା ସଂସ୍ଥାନ, paradise Integrated college, କଟକ କଲେଜ ଓ ଷ୍ଟୁଆର୍ଟ ବିଜ୍ଞାନ କଲେଜ ର ଯୁବ ରେଡକ୍ରସ୍ ର ସ୍ବେଛସେବୀମାନେ ଶିବିର ସ୍ଵେଚ୍ଛାକୃତ ସେବା ଯୋଗାଇ ଥିଲେ।

Leave a Reply

Your email address will not be published.