ବ୍ଲକସ୍ତରୀୟ ରଜ ମହୋତ୍ସବ ନିମନ୍ତେ ଅନୁଷ୍ଠିତ ହେଲା ସାମ୍ବାଦିକ ସମ୍ମିଳନୀ

ବାଲେଶ୍ବର, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ସୁନ୍ଦରପୁର ହାଇସ୍କୁଲ ପଡିଆରେ ବ୍ଲକ ସ୍ତରୀୟ ରଜ ମହୋତ୍ସବ ଅନୁଷ୍ଠିତ ହେବ । ଏହା ଆସନ୍ତା ତା ୧୩/୬/୨୨ ରିଖରୁ ତା ୧୬/୬/୨୨ ରିଖ ଅର୍ଥାତ୍ ୪ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ଉପଲକ୍ଷେ ଖଇରା ସ୍ଥିତ ଜେଭିସିସି କମ୍ପ୍ୟୁଟର ସେଣ୍ଟର ପରିସରରେ ଆଜି ଅର୍ଥାତ୍ ତା ୦୨/୬/୨୨ ରିଖ ଗୁରୁବାର ମହୋତ୍ସବ କମିଟିର ସଭାପତି ଅଧ୍ଯାପକ ସୁରେନ୍ଦ୍ର ନାଥ ରାଉତଙ୍କ ଅଧ୍ଯକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହୋତ୍ସବ କମିଟିର ସମ୍ପାଦକ- ବସନ୍ତ ପାଢୀ, ସହ- ସମ୍ପାଦକ ବାଲ୍ମୀକି ନାୟକ, ଆବାହକ ଡ. ହରେକୃଷ୍ଣ ରାଉତ, ସଭ୍ୟ ସୌଭାଗ୍ୟ କୁମାର ସାହୁ ଓ ବିଭୁତି ଭୂଷଣ ତ୍ରିପାଠୀ ମଞ୍ଚାସୀନ ଥିଲେ । ସାମ୍ବାଦିକ ମାନଙ୍କ ତରଫରୁ ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ମଞ୍ଚାସୀନ ସଭ୍ୟମାନେ । ଖଇରା ସାମ୍ବାଦିକ ସଙ୍ଘର ସମ୍ପାଦକ ବଳରାମ ଲେଙ୍କା ମହୋତ୍ସବ ପରିସରରେ ସାମ୍ବାଦିକ ମାନଙ୍କ ପ୍ରତି ସୃଷ୍ଟି ହେଉଥିବା ସମସ୍ୟା ବିଷୟରେ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ତ ସମସ୍ୟା ବିଷୟରେ ଅବଗତ ହେଲାପରେ ଏବର୍ଷ କୌଣସି କ୍ଷେତ୍ରରେ ସାମ୍ବାଦିକ ମାନଙ୍କୁ ଅବହେଳା କରାଯିବ ନାହିଁ ବୋଲି ସଭାପତି ଶ୍ରୀ ରାଉତ ଏବଂ ଆବାହକ ଡ. ରାଉତ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତ୍ୟେକ ଦିନ ବିଭିନ୍ନ ଅତିଥି ମାନଙ୍କୁ ନେଇ ମହୋତ୍ସବ ପଡିଆ ହସି ଉଠିବ । ହଜି ଯାଉଥିବା ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଭାଇଚାର ମାଧ୍ୟମରେ ବଜାୟ ରଖିବା ହେଉଛି ଏ ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, କରୁଣାକର ବିଶ୍ବାଳ, ଧନଞ୍ଜୟ ପଣ୍ଡା, ନିଶିକାନ୍ତ ମହାନ୍ତି, ସଞ୍ଜୟ ବେହେରା, ବିସ୍ମୟ ବେହେରା, ଉତ୍କଳବନ୍ଧୁ ପଣ୍ଡା ପ୍ରମୁଖ ବ୍ଲକ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଶେଷରେ ବିଭୁତି ଭୂଷଣ ତ୍ରିପାଠୀଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.