ମନୋଜ କୁମାର ରଣାଙ୍କୁ ଜୀବନରୁ ମାରିଦେବାର ଧମକ

ଖଇରା, (ନାଗରାଜ ନ୍ୟୁଜ): ସାମାନ୍ୟ ବଚସାକୁ ନେଇ ଗଣ୍ଡଗୋଳ, ଜୀବନରୁ ମାରିଦେବାର ଧମକ, ଆତଙ୍କିତ ଅବସ୍ଥାରେ ପରିବାର । ଏପରି ଏକ ଘଟଣା ଘଟିଥିଲା ଗତ ତା ୩୧/୫/୨୨ ରିଖ ସକାଳ ପ୍ରାୟ ୮ ଘଟିକା ସମୟରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା, ଖଇରା ତହସିଲ ଓ ବ୍ଲକ ଅଧିନ ମଣତ୍ରୀ ଗ୍ରାମରେ । କୈଳାସ ଚନ୍ଦ୍ର ରଣାଙ୍କ ପୁତ୍ର ମନୋଜ କୁମାର ରଣା ବିଦ୍ଯୁତ୍ ଟ୍ରାନ୍ସଫର୍ମର ପାଖଦେଇ କୌଣସି କାମରେ ଘରୁ ବାହାରକୁ ଯିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ ଛିଡ଼ା ହୋଇଥିବା ବନମାଳି ରଣା ଓ ବିଷ୍ଣୁ ମୋହନ ରଣା ପିତା ଭାଗବତ ରଣା ମିଳିତ ହୋଇ ହଠାତ୍ ଅତର୍କିତ ଭାବେ ମନୋଜ କୁମାର ରଣାକୁ ଆକ୍ରମଣ କରିଥିଲେ । ପରେ ଆକ୍ରମଣରେ ପରିବାର ଲୋକ ମଧ୍ୟ ସାମିଲ ହୋଇଥିଲେ । ମନୋଜକୁ ତଳେ ପକାଇ ପ୍ରହାର ପରେ ପ୍ରହାର କରି ଚାଲିଥିବା ବେଳେ ତାଙ୍କର ପରିବାର ଲୋକମାନେ ମରିଯା ବୋଲି କହି ହୃଦୟ ଖୋଲି ହସୁଥିଲେ ।

ଆକ୍ରମଣର ପରିମାଣ ଏତେ ପ୍ରବଳ ଥିଲା ଯେ ରକ୍ଷାକର ରକ୍ଷାକର ବୋଲି ମନୋଜ ଚିତ୍କାର କରିଥିଲେ । ଚିତ୍କାର ଶୁଣି ମନୋଜର ପିତାମାତା ଘଟଣା ସ୍ଥଳକୁ ଦୌଡ଼ି ଯାଇଥିଲେ ମଧ୍ୟ ସେମାନେ ଆକ୍ରମଣରୁ ବାଦପଡି ନଥିଲେ । ମନୋଜ ରଣାଙ୍କ ଅଭିଯୋଗକୁ ଆଧାର କରି ସିମୁଳିଆ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକିଛି । ପୋଲିସ ଠାରୁ ନ୍ୟାୟ ପାଇବାର ଭରସା ରହିଛି ବୋଲି ମନୋଜ ଗଣମାଧ୍ୟମକୁ କହିଛି । ଦେଖାଯାଉ ପୋଲିସ ପ୍ରଶାସନ ମନୋଜକୁ କି ନ୍ୟାୟ ଦେଉଛି ।

ବାଲେଶ୍ୱର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ 

Leave a Reply

Your email address will not be published.