ରାଷ୍ଟ୍ରୀୟ ସମ୍ମାନ ସହ ଯବାନଙ୍କ ଶବ ସତ୍କାର

ବାଲେଶ୍ୱର,(ନାଗରାଜ ନ୍ୟୁଜ): ସେନାରେ କାର୍ଯ୍ୟରତ କରନାଲଙ୍କ ହୃଦଘାତରେ ମୃତ୍ୟୁ । ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ବାଲିକୁଟୀ ପଞ୍ଚାୟତର ଛଡା ଗ୍ରାମର ସ୍ବର୍ଗତ ଅକ୍ଷୟ କୁମାର ସାହୁଙ୍କ ପୁଅ ରବିନାରାୟଣ ସାହୁ ବୟସ ୫୬ ସେ ଭାରତୀୟ ସେନାରେ କରନାଲ ପଦବୀରେ ଭୂବନେଶ୍ବର ITBP ରେ କାର୍ଯ୍ୟରତ ଥିବାବେଳେ ଗତ ଦଶଦିନ ତଳେ ଆସାମର ଗୌହାଟିକୁ ଟ୍ରାନ୍ସଫର ହୋଇଥିଲେ । ହେଲେ ସେ ଛୁଟି କଟାଇବା ପାଇଁ ଗାଁ କୁ ଆସିଥିଲେ । ତେବେ ଗାଁକୁ ଆସି ତାଙ୍କ ଶ୍ବଶୁର ଘର ଜଳେଶ୍ଵର ବୁଲିବାକୁ ଯାଇଥିଲେ । ସେଠାରେ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତେବେ ଯବାନଙ୍କ ଏପରି ହଠାତ୍ ମୃତ୍ୟୁକୁ ନେଇ ବାଲିଆପାଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ କାର୍ଯ୍ୟରତ ଯବାନଙ୍କ ଅନ୍ତିମ ସଂସ୍କାର ନିଜ ପୈତୃକ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତଥା ଗାର୍ଡ ଅଫ୍ ଅନର୍ ଦିଆଯାଇ ସମ୍ପୂର୍ଣ୍ଣ ହୋଇଥିଲା । ଶ୍ରୀ ସାହୁଙ୍କୁ ତିନୋଟି ଗ୍ରାମ ପଞ୍ଚାୟତ ଭ୍ରମଣ କରି ଶେଷକୃତ ସମ୍ପନ କରାଯାଇଥିଲା ।

Leave a Reply

Your email address will not be published.