SMC କମିଟି, ସମିତି ସଭ୍ୟା ପ୍ରତିନିଧି , ଶିକ୍ଷକ ଓ ଶିକ୍ଷୟିତ୍ରୀ ଦ୍ଵାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ବର, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ଡାଲଙ୍ଗ ସ୍କୁଲର S M C କମିଟି ସଦସ୍ୟା ଓ ସମିତି ସଭ୍ୟା ପ୍ରତିନିଧି, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଏକ ବୈଠକ ଡକାଯାଇ ସଫେଇ କାର୍ଯ୍ୟ କ୍ରମକୁ ନେଇ ଆଲୋଚନା କରା ଯାଇଥିଲା । ପ୍ରଧାନ ଶିକ୍ଷକ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଡାଲଙ୍ଗ ପଞ୍ଚାୟତ ଅଧିନରେ ଥିବା ଡାଲଙ୍ଗ ସରକାରୀ ଉପ୍ରା ପ୍ରାଥମିକ ବିଦ୍ୟାଳୟରେ ଆଜି ଅର୍ଥାତ୍ ତା ୦୩/୬/୨୨ ରିଖ ଶୁକ୍ରବାର ଡାଲଙ୍ଗ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଦୀନ ବନ୍ଧୁ ମହାରଣା, ପ୍ରଧାନ ଶିକ୍ଷକ ଜଗବନ୍ଧୁ ଗାହାଣ, ଶିକ୍ଷକ ପ୍ରିୟ ରଞ୍ଜନ ନାୟକ, ଶିକ୍ଷୟତ୍ରୀ ସଞ୍ଜୁ ଲତା ବେହେରା, ମମତା ମିଶ୍ର ତଥା S M C କମିଟିର ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ସଫାସୁତୁରା କରିଥିଲେ । ଏହା ଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇ ନିୟମିତ ବିଦ୍ୟାଳୟକୁ ସଫାସୁତୁରା ରଖିବା ପାଇଁ ଚେଷ୍ଟା କରିବେ ।

ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.