ଛାତ୍ରୀମାନଙ୍କର ଆତ୍ମାରକ୍ଷା କୌଶଳ ତାଲିମ ଶିବିର

କଟକ, (ନାଗରାଜ ନ୍ୟୁଜ): ଆଜି ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ମାନଙ୍କ ପାଇଁ ” କଟକ ବାରବାଟୀ ରୋଟାରୀ କ୍ଲବ ” ଆନୁକୂଲ୍ୟରେ ଆତ୍ମାରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ବାରବାଟୀ ରୋଟାରୀ କ୍ଲବ ର ସଭ୍ୟ ସଭ୍ୟା ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ଉପସ୍ଥିତି ରେ ଅଭିଜ୍ଞ ପ୍ରଶିକ୍ଷକ ମାନଙ୍କ ଦ୍ୱାରା ପ୍ରାୟ 80 ଜଣ ଛାତ୍ରୀ ଙ୍କୁ ଉଚ୍ଚ କୋଟିର ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କରାଯାଇଥିଲା। ସମୟୋପଯୋଗୀ ଏହି ତାଲିମ ଶିବିର ର ସଫଳତା ପାଇଁ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଜୟଧର୍ମ ସେନାପତି ଓ ରଂଜିତ ଦାସ, ଏବଂ ଶିକ୍ଷୟିତ୍ରୀ ଡ଼ ସୁଜାତା ମହାପାତ୍ର, ଦୀପ୍ତିବାଳା ସାହୁ, ମିତାଲି ମହାନ୍ତି, ଦୀପିକା ବିନ୍ଧାଣି, ବିଜୟାଲକ୍ଷ୍ମୀ ସାହୁ ପ୍ରମୁଖ ସହଯୋଗ କରିଥିଲେ। ରୋଟାରୀ କ୍ଲବ ଅଫ କଟକ ବାରବାଟୀର ରୋଟାରୀଆନ ସୁଦୀପ୍ତ ନନ୍ଦ, ରୋଟାରୀଆନ ଦେବାଶିଷ ମହାରଣା, ରଶ୍ମୀ ମହାରଣା, ସୋନାଲ ପଟ୍ଟନାୟକ, ଭାରତ ଭୂଷଣ ମହାନ୍ତି ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି ମହତ କାର୍ଯ୍ୟକ୍ରମକୁ ଅଭିଭାବକ ଓ ଅଭିଭାବିକା ତଥା ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଓ ସଭ୍ୟ ସଭ୍ୟା ଭୁୟସୀ ପ୍ରଶଂସା କରିଥିଲେ ।

Leave a Reply

Your email address will not be published.