ପୁରୀ ପୋଲିସ ପରିବହନ ବିଭାଗ, ପର୍ଯ୍ୟଟନ ବିଭାଗ ଓ ଅଟୋ ଚାଳକ ମହାସଂଘକୁ ନେଇ ବୈଠକ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ଚଳିତବର୍ଷ ରଥଯାତ୍ରା ଓ ସ୍ନାନଯାତ୍ରାରେ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କୁ ଉତ୍ତମ ବ୍ୟବହାର ସହ ଆତିଥେୟତା ପ୍ରଦାନ କରିବା ଲାଗି ଆଜି ପୁରୀ ପୋଲିସ ପରିବହନ ବିଭାଗ, ପର୍ଯ୍ୟଟନ ବିଭାଗ ଓ ଅଟୋ ଚାଳକ ମହାସଂଘକୁ ନେଇ ଅନୁଷ୍ଠିତ ଏକ ସମନ୍ୱୟ ବୈଠକରେ ନିଷ୍ପତି ହୋଇଛି l ଦୁର୍ଗାଚରଣ ଖୁଣ୍ଟିଆ,,ଅଟୋଚାଳକ ମହାସଂଘ ସମ୍ପାଦକ ଏଣିକି ଅଟୋ ଚାଳକଙ୍କ ଭଡା ଯୋଗେ ଯାତ୍ରୀମାନେ ଆଉ ଶୋଷଣର ଶିକାର ହେବେନାହିଁ l ପ୍ରତି ଅଟୋ ରିକ୍ସାରେ ରେଟ୍ ଚାର୍ଟ ସହ ପୋଲିସ ହେଲ୍ପ ଲାଇନ ନମ୍ବର ଲଗାଯିବାକୁ ନିଷ୍ପତି ହୋଇଛି l ଯଦି କୌଣସି ଅଟୋ ଚାଳକ ଏହି ନିଷ୍ପତି କୁ ଉଲଘଂନ କରନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।ଆସନ୍ତା ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ାଯାତ୍ରା ଓ ସୁନାବେଶ ଦିନ ଅତ୍ୟଧିକ ଗହଳିକୁ ଦୃଷ୍ଟିରେ ରଖି ତିନିଦିନ ପୁରୀ ସହରରେ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଅଟୋ ଚାଳକ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି l

Leave a Reply

Your email address will not be published.