“ନାଗରାଜ ନ୍ୟୁଜ୍‌” ପଦାର୍ପଣ ଉତ୍ସବ

କଟକ, (ନାଗରାଜ ନ୍ୟୁଜ): ଓଡିଶା ମାଟିରୁ ପ୍ରକାଶିତ ଓଡ଼ିଆ ଖବର କାଗଜ “ନାଗରାଜ ନ୍ୟୁଜ୍‌” ପ୍ରଥମ ସଂସ୍କରଣର ପଦାର୍ପଣ ଉତ୍ସବ ପାଳିତ ହୋଇଯାଇଛି। ନାଗରାଜ ନ୍ୟୁଜ୍‌ର ଅଧ୍ୟକ୍ଷ ଓ ମୁଖ୍ୟ ସମ୍ପାଦକ ଶ୍ରୀ ଶ୍ରୀ ଟିକି ବାବାଙ୍କ ମାର୍ଗଦର୍ଶନରେ ପ୍ରକାଶିତ ଖବର କାଗଜକୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଲୋକାର୍ପଣ କରିବା ପରେ ପାଠକ ମାନଙ୍କୁ ବିତରଣ କରାଯାଇଥିଲା ।

ମୁଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ବିଶି କହିଥିଲେ ଜନସାଧାରଣଙ୍କର ସ୍ଵର ଗଣମାଧ୍ୟମ , ସବୁ ବେଳେ ଜନତାର ଅଭାବ , ଅସୁବିଧା ଆଦି ମୌଳିକ ସମାସ୍ୟା ଓ ଦାବି ଗୁଡ଼ିକ ପ୍ରତି ସରକାରରଙ୍କର ଦୃଷ୍ଟି ଆକର୍ଷଣ କରି ସମାସ୍ୟା ସମାଧାନ କରିବାର ମୁଖ୍ୟ ଭୂମୀକା ଗ୍ରହଣ କରିଥାଏ। ଯାହା ଦ୍ଵାରା ସଦାସର୍ବଦା ଜନସାଧାରଣଙ୍କର ପ୍ରିୟଭାଜନ ହୋଇ ରହି ପାରିଛି। ନାଗରାଜ ନ୍ୟୁଜ୍ ଓଡ଼ିଶା ମାଟିର ସେଭଳି ଏକ ଖବର କାଗଜ ହୋଇ ଉଭା ହୋଇଥିବା ମୋର ହୃଦବୋଦ୍ଧ ହେଉଛି ଓ ମୁଁ ଏହାର ଉତ୍ତୋରତର କାମନା କରୁଛି।ନାଗରାଜ ନ୍ୟୁଜର ଅଧ୍ୟକ୍ଷ ଶ୍ରୀ ଶ୍ରୀ ଟିକି ବାବା କହିଥିଲେ ଆମେ କେବଳ ଖବର କାଗଜ ନୁହେଁ। ଓଡିଶା ବାସିଙ୍କ ମୌଳିକ ଅଧିକାରର ସ୍ଵର । ସବୁ ବର୍ଗର ଅବହେଳିତଙ୍କ ସ୍ଵର ହୋଇ ସ୍ଥାୟୀ ସମାଧାନ ପ୍ରତିକାରର ସୂତ୍ରଧର ଖବର କାଗଜ ଆମର । ବିଶ୍ୱାସ ଓଡ଼ିଶା ବାସୀଙ୍କର, ନିରନ୍ତର ସେବା ଆମର । ଆମ ଖବର କାଗଜ ଅଗଣିତ ଓଡ଼ିଆଙ୍କ ସେବା କରିପାରିବ ବୋଲି ମୁଁ ବିଶ୍ୱାସ କରୁଛି। କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ନାଗରାଜ ନ୍ୟୁଜ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବନମାଳୀ ଦାସ । ଚାଟାର୍ଡ ଆକାଉଣ୍ଟାଣ୍ଟ ବେଣୁଧର ବିଶ୍ୱାଳ, ଚାଟାର୍ଡ ଆକାଉଣ୍ଟାଣ୍ଟ କିଶୋର ରାଉତ, ନାଗରାଜ ନ୍ୟୁଜ ଓଡିଆ ଖବରକାଗଜ ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, ସହ-ସମ୍ପାଦକ ମନୋଜ କୁମାର ସାମଲ, ମୁଖ୍ୟ ଖବର ସମ୍ପାଦକ ସଂଗ୍ରାମ କିଶୋର ଦାସ, ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.