ପୋଲିସର ଦଲାଲ୍ କହି ବିଦ୍ୟୁତ ଖୁଣ୍ଟରେ ବ୍ୟକ୍ତିକୁ ବାନ୍ଧି ନିସ୍ତୁକ ମାଡ଼

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଧୀନରେ ଥିବା ଗୁଲେଇପଡା ଗ୍ରାମରେ ଜଣେ ଭଦ୍ରବ୍ୟକ୍ତି ଙ୍କୁ ସେହି ଗ୍ରାମର ୧୫/୨୦ଜଣ ପୁରୁଷ, ମହିଳା ଫେରାର ଆସାମୀ ସମ୍ବନ୍ଧରେ ସବୁ ଜାଣିଥିବା, ଏବଂ ପୋଲିସ ର ଦଲାଲ୍ ରୂପେ ସନ୍ଦେହ କରି ସନ୍ଧ୍ୟା ପାଖାପାଖି ୭ଟାସମୟରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରି ଅଚେତ ଅବସ୍ଥାରେ ଛାଡ଼ି ଦେଇଥିଲେ। ପରେ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଂଚି ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରି କୁତ୍ରା ଡାକ୍ତର ଖାନାରେ ଭର୍ତ୍ତି କରି ଥିଲେ। ଆଜି ସକାଳୁ ମାଡଖାଇଥିବା ବ୍ୟକ୍ତି ର ପୁଅ କୁତ୍ରା ଥାନା କୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ କୁତ୍ରା ପୋଲିସ cesh no 0086 dt05/06/2022 IPC1860/341,294,323,307 ଏବଂ34 ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.