ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥ ଖଳା

ପୁରୀ, (ନାଗରାଜ ନ୍ୟୁଜ): ରଥ ନିର୍ମାଣ ପାଇଁ ରଥ ଖଳା ଚଳଚଞ୍ଚଳ । ତିନିରଥ ପାଇଁ ମହାରଣା ସେବକ କରୁଛନ୍ତି ଦଣ୍ଡା, ଗୟଳ ଓ ଗରଗରା ନିର୍ମାଣ । ନନ୍ଦିଘୋଷ ରଥର ତିନୋଟି ପୋଲ ଗୟଳ ନିର୍ମାଣ ଶେଷ ହୋଇଛି । ତାଳଧ୍ଵଜ ଓ ଦେବଦଳନ ରଥର ଦୁଇଟି ଲେଖାଏ ପୋଲ ଗୟଳ ଚଉପଟ କରାଯାଉଛି । ତିନିରଥର ୨ଟି ଲେଖାଏ ଗରଗରାରେ ବିନ୍ଧକାର୍ଯ୍ୟ ଶେଷହେବା ସହ ଢମକର ଚଉପଟ ଚାଲିଛି । ଦଣ୍ଡାଗୁଡିକରେ ଅଖ ସଂଯୋଗ ପାଇଁ ପ୍ରସ୍ତୁତ କରାଯାଉଛି । ରୂପକାର ସେବକ ରଥ ସିଂହାସନରେ ଡାଳିଲତା ଓ କୁମ୍ଭ ଖୋଦେଇ କରିବା ସହ ନାଟଗୋଡ କାର୍ଯ୍ୟ ଆରମ୍ଭ କରିଛନ୍ତି । ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଗୟଳ କଣ୍ଟା, ଗରଗରା କଣ୍ଟା, ଭୂଇଁ କଣ୍ଟା, ଯୋଖା କଣ୍ଟା, ଚଣାକ, ବାଗିଆ, ଆଗପାତେଳି ଓ ଚଉରସ କଣ୍ଟା ପ୍ରସ୍ତୁତ କରୁଛନ୍ତି । ଅଖରେ ଚକ ଡେରାଯିବା ପରେ ଚକ ଦୁଇପାର୍ଶ୍ଵରେ ବାନ୍ଧ ଦିଆଯାଇଛି। ଅଖ ତଳେ ମେଣ୍ଡି ବାଡିଆ ଯାଉଛି।

Leave a Reply

Your email address will not be published.