କାହାକୁ ଗୁହାରି କହିବେ ଦେଓଗାଁ ସମବାୟ ସମିତିର ଚାଷୀ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଜିଲ୍ଲା ନିର୍ବାଚନ ଅଧିକାରୀ ପୁରା ଡେରା ପକେଇଛନ୍ତି ଦେଓଗାଁ ସେବା ସମବାୟ ସମିତିରେ । ଏଥିଲାଗି ଏଠାରେ ଚାଷୀଷ୍ଟ ପାଇଁ ଉଦିଷ୍ଟ ଡ଼ାଇରେକ୍ଟର ପୋଷ୍ଟ ପାଇଁ ଛକାପଞ୍ଜା । ଦେଓଗାଁ ମାଟିର ସନ୍ତାନ ତଥା ଗତ ୨୦୧୫ରୁ ୨୦୨୦ପର୍ୟ୍ୟନ୍ତ ରାଜ୍ୟସମବାୟସମିତିର ଅଧ୍ୟକ୍ଷ ଅକ୍ଷୟ ମହାନ୍ତି । ସ୍ଥାନୀୟ ବିଧାୟକ ସୁଧୀର ସାମଲଙ୍କ ଭିଣୋଇ । ୩୦/୦୫/୨୦୨୨ ରେ ସମବାୟ ଇନିସ୍ପେଟର ପଦରୁ ଅବସର ନେଇ ଏହି ସମବାୟ ସମିତିରେ ପାର୍ଥୀ ହୋଇଥିବା ପ୍ରତାପ ମଲ୍ଲିକ । ଆଜି ଜିଲ୍ଲାର ୩୪ଟି ସମବାୟ କେନ୍ଦ୍ରରେ ସ୍କୁଟିନ ହେଉଥିବା ବେଳେ ସେ ମହାଶୟ ଏଠାରେ ସକାଳ ୯ରୁ ହାଜର । ତରଭାରେ ଅଫିସ ତାଲା ପଡିଲା କାଶୀପୁର ସୋସାଇଟି, କାଲୁରିହା ସୋସାଇଟିରେ । ଅରାଜଗତା କଥା ନ କହିବା ଭଲ । ଆଉ ଭୁବନ ବ୍ଲକରେ ନିଆରା କାର୍ୟ୍ୟକ୍ରମ ଚାଲିଥିବା ବେଳେ ନିଜେ କିନ୍ତୁ ଗୋଟିଏ ସୋସାଇଟିରେ ରହିବାର ମାନେ କଣ ଜନତା ବୁଝିପାରୁନାହାନ୍ତି । ଆସନ୍ତୁ ସିଧାସଳଖ କଥାହେବା ସମବାୟ ପରିକ୍ରମରେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.