ଅଟକି ରହିଛନ୍ତି ଦୁଇଟି ହାତୀ

ବାଙ୍କୀ,(ନାଗରାଜ ନ୍ୟୁଜ): ଆଠଗଡ଼ ପଟୁ ଚନ୍ଦକା ଡମପଡା ଅଭୟାରଣ୍ୟକୁ ମହାନଦୀ ପାର ହୋଇ ଆସୁଥିବାବେଳେ ଅଟକି ରହିଛନ୍ତି ଦୁଇଟି ହାତୀ । ଭଗିପୂର୍ ମହାନଦୀ ପଠ।ରେ ବୋଲି ଭାଗିପୁର ଫରେଷ୍ଟସଂଜୀବ କୁମାର ବେହେରାଙ୍କ ସୁଚନା । ହାତୀଙ୍କୁ ଜଗି ରହିଛନ୍ତି ବନବିଭାଗ । ସକାଳ ହୋଇଯିବାରୁ ଲୋକଙ୍କ ଗହଳୀଦେଖି ଜଙ୍ଗଲକୁନଯାଇ ଅଟକି ରହିଛନ୍ତି । ହାତୀ ଦୁଇଟି ମହାନଦୀ ପାଣିକୁ କେତେବେଳେ ପସି ଯାଉଛନ୍ତି ତ ଆଉ କେତେବେଳେ ମହାନଦୀକଡକୁ ପାଣିରୁ ଉଠି ଆସୁଛନ୍ତି । ଲୋକଙ୍କ ଗହଳି ହଟିଲେ ସନ୍ଧ୍ୟା ହେଲେ ଡମପଡା ଅଭୟାରଣ୍ୟକୁ ଫେରିଯିବେ ।

Leave a Reply

Your email address will not be published.