ସାଇବର୍ ଅପରାଧୀ ହାତରେ ବିଭିନ୍ନ ବ୍ୟାଙ୍କର ଡାଟା ବେଶ୍

କଟକ, (ନାଗରାଜ ନ୍ୟୁଜ): ସାଇବର ଅପରାଧିଙ୍କ ହାତରେ ବିଭିନ୍ନ ବ୍ୟାଙ୍କ ଓ ଇନ୍ସୁରାନ୍ସ କମ୍ପାନୀର ଗ୍ରାହକଙ୍କ ଡାଟାବେସ। ଏକ ଆର୍ଥିକ ଠକେଇ ମାମଲାର ପର୍ଦାଫାସ କଲା କଟକ ସାଇବର ଥାନା ପୋଲିସ। ଇନ୍ସୁରାନ୍ସ ଲୋନ ଦେବାକୁ କହି ଠକୁ ଥିଲା ଏହି ଗ୍ୟାଙ୍ଗ। ବିହାର ସମସ୍ତିପୁର ମହମ୍ମଦ ସମସାଦ ଉଦ୍ଦୀନ ଓ ମହମ୍ମଦ ଅଫତାଵ ଉଦ୍ଦୀନ ଗିରଫ। ସ୍ଥାନୀୟ ପୋଲିସ ସହାୟତା ରେ ଘର ରେଡ଼ କରି ଅଭିଯୁକ୍ତ ଙ୍କୁ ଧରିଲା ସାଇବର ଥାନା ପୋଲିସ। କଟକ ବକ୍ସିବଜାର ଅଞ୍ଚଳ ର ଜନୈକ ବ୍ୟକ୍ତିଙ୍କଠାରୁ ୧୧ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିଲେ ଅଭିଯୁକ୍ତ। ଦିଲ୍ଲୀର ଏକ କଲ ସେଣ୍ଟରରେ କାମ କରୁଥିଲେ ଅଭିଯୁକ୍ତ। ଅଭିଯୁକ୍ତ ଙ୍କ ଠାରୁ ବିପୁଳ ପରିମାଣରେ ଫୋନ, ଲ୍ୟାପଟପ, ସୀମକାର୍ଡ, ପେନଡ୍ରାଇଭ, ହାର୍ଡ ଡ୍ରାଇଭ, ଏ ଟି ଏମ୍ କାର୍ଡ, ପାସ ବୁକ, ଚେକ ବୁକ, ବିଭିନ୍ନ ରାଜ୍ୟର ଗ୍ରାହକଙ୍କ ଡାଟା ସିଟ ଜବତ। କଟକ ଡିସିପି ପିନାକ ମିଶ୍ର ଙ୍କ ସୂଚନା।

Leave a Reply

Your email address will not be published.