ମୋଦି ସରକାରଙ୍କ ଆଠବର୍ଷ ଶାସନ କାଳ ପୂର୍ତ୍ତି ଅବସରରେ ଅନୁସୂଚିତ ଜନଜାତି ସମାବେଶ

ବାଙ୍କୀ,(ନାଗରାଜ ନ୍ୟୁଜ): ମୋଦି ସରକାରଙ୍କ ଆଠବର୍ଷ ଶାସନ କାଳ ପୂର୍ତ୍ତି ଅବସରରେ ଅନୁସୂଚିତ ଜନଜାତି ସମାବେଶ ବାଙ୍କୀ ବିକାଶ ମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ବିଜେପି ଅନୁସୂିଚିତ ଜାତିର ସଭାପତି ବିଭୁଦତ ତରାଇ ମୁଖ୍ୟ ଅତିଥିଭାବେ ଯୋଗଦେବା ସହ୍ ବିଜେପିର ବରିଷ୍ଠ ନେତା ତଥା ବାଙ୍କୀ ବିକାଶ ମଞ୍ଚର ସଭାପତି ଶୁଭ୍ରାଂଶୁ ମୋହନ ପଢ଼ି ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ବିଜେପି ଦଳୀୟ ଶତାଧିକ କର୍ମି ଓ ନେତା ଉପସ୍ଥିତ ଥିଲେ ।ମୋଦୀଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇ ଥିଲେ । ସମସ୍ତ ଲୋକଙ୍କ ପାଖରେ ପହଁଚି ମୋଦୀଙ୍କ ଜନହିତକର କାର୍ଯ୍ୟ ବିଷୟରେ ବୁଝାଇ କିଭଳି ଭୋଟ ହାତେଇବାକୁ ରଣନୀତି ପ୍ରସ୍ତୁତ କରିବା ପାଇଁ ସମସ୍ତ କାର୍ଯ୍ୟ କର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

Leave a Reply

Your email address will not be published.