ମାନସିକ ବିକାରଗ୍ରସ୍ଥ ଝିଅକୁ ଗର୍ଭବତୀ କରିଥିବା ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ପୋଲିସ ମାନସିକ ବିକାରଗ୍ରସ୍ଥ ଝିଅକୁ ଗର୍ଭବତୀ କରିଥିବା ଆସାମୀକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନାଯୋଗ୍ୟଯେ, ନୂଆଗାଁ ଗ୍ରାମର ଜୈନେକ ମାନସିକ ବିକାରଗ୍ରସ୍ଥ ଝିଅ କୁ ସେହି ଗ୍ରାମର ବିନୋଦ ସିଂ ନାମକ ଯୁବକ ବିଭିନ୍ନ ପ୍ରକାରର ଧମକ ଚମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା । ଯାହାଫଳରେ ଝିଅଟି ବର୍ତ୍ତମାନ ୫ମାସର ଗର୍ଭବତୀ ହୋଇଥିଲା ‌। ଘଟଣା ସମ୍ପର୍କରେ ଝିଅରମାବାପ ଜାଣିବାପରେ କୁତ୍ରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ବିନୋଦ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.