ସେନାପଟା, ବାହୁଟ ସେଵା ନିମନ୍ତେ ସାକ୍ଷୀଗୋପାଳରୁ ବଉଳଵୃକ୍ଷ ଚିହ୍ନଟ

ପୁରୀ, (ନାଗରାଜ ନ୍ୟୁଜ): ଚଳିତ ବର୍ଷ ସ୍ନାନ ଓ ରଥଯାତ୍ରା ସମୟରେ ଶ୍ରୀ ଜଗନ୍ନାଥ, ବଡ଼ଠାକୁରଙ୍କ ପହଣ୍ଡି ବିଜେପାଇଁ ଆଵଶ୍ୟକ ସେନାପଟା, ବାହୁଟ ସେଵା ନିମନ୍ତେ ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ବାଳିଆ ଖିଆ ବଗିଚାରୁ ବଉଳଵୃକ୍ଷ ଚିହ୍ନଟ କରାଯାଇଛି।ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ତତ୍ବାବଧାରକ, ଭୋଇ ସେଵକ ସାକ୍ଷୀଗୋପାଳ ମନ୍ଦିର ଓ ସ୍ଥାନୀୟ ପ୍ରଶାସନ ସହ ବଉଳ ବୃକ୍ଷ ଚୟନ କରିଥିଲେ। ଏହି ଆଵସରରେ ସତ୍ୟଵାଦୀ ବିଡ଼ିଓ କ୍ଷୀରୋଦ କୁମାର ବେହେରା, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାନିର୍ଵାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଶ୍ରୀମନ୍ଦିର ଵରିଷ୍ଠ ତତ୍ବାବଧାରକ ସୁଦର୍ଶନ ମେକାପ, ସର୍ଦ୍ଦାର ଭୋଇସେଵକ ରଵିନ୍ଦ୍ର ଭୋଇ, ସତ୍ୟଵାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଶନିବାର ନିର୍ଜଳା ଏକାଦଶୀ ତୀଥିରେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରିଯାଇ ଵୃକ୍ଷ ଟିକୁ ଵରଣ କରାଯିଵା ପରେ ଭୋଇସେବକ ମାନେ ନିର୍ଦ୍ଦାରିତ ମାପରେ ବୃକ୍ଷ ଛେଦନ କରିବେ। ଵକୁଳଵନ ସିଦ୍ଧବକୁଳ ମନ୍ଦିର ଠାରୁ ବଳଦ ଶଗଡି ରେ ଶ୍ରୀକ୍ଷେତ୍ର ଅଭିମୁଖେ କାଠଶଗଡି ମେଲାଣି ଦିଆଯିବ। ଚଳିତ ମାସ ୧୪ ତାରିଖରେ ପବିତ୍ର ସ୍ନାନ ଯାତ୍ରା ଏବଂ ଆସନ୍ତା ଜୁଲାଇ ମାସ ୧ ତାରିଖରେ ଶ୍ରୀଗୁଣ୍ଡିଚା ରଥଯାତ୍ରା । ବାହୁଡା ଯାତ୍ରା ସମୟରେ ଶ୍ରୀଜିଉଙ୍କ ପହଣ୍ଡି ବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ଆବଶ୍ୟକ ସେନାପଟା ଓ ବାହୁଟ ଗୁପ୍ତସେବା କରାଯାଇଥାଏ।

Leave a Reply

Your email address will not be published.