କେଳେଙ୍କାରିର ଗନ୍ତାଘର ପାଲଟିଛି ଓଡ଼ିଶା କ୍ରିକେଟ ଏକାଡେମି

କଟକ,(ନାଗରାଜ ନ୍ୟୁଜ): ବାରବାଟି ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ସରିଯାଇଛି। ଦର୍ଶକ ବି ଖୁସି ହେଲେ। ହେଲେ ପୁଣି ପାସ୍ ଓ ଟିକେଟ ଜାଲିଆତି ମାମଲାରେ ଛନ୍ଦି ହେଲାଣି ଓଡ଼ିଶା କ୍ରିକେଟ ଆସୋସିଏସନ। MLA କ୍ରିଉ ଓ ବିଜେଡି ଭଲ୍ୟୁଣ୍ଟିଅର ନାଁରେ ଏବେ ମାଳ ମାଳ ନକଲି ପାସ୍ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଚାଲନ୍ତୁ ଦେଖିବା ବାରବାଟି କେଳେଙ୍କାରିର ପୁରା ବ୍ୟବଚ୍ଛେଦ ରିପୋର୍ଟ।

MLA କ୍ରିଉ- ବିଜେଡି ଭଲ୍ୟୁଣ୍ଟିଅର- ଆଉ ତା ତଳେ ରିପୋର୍ଟର ଆଉ କ୍ୟାମେରାମ୍ୟାନ। ଏମିତି କିଛି ଲେଖା ହୋଇଥିବା OCA ର ମାଳ ମାଳ ନକଲି ପାସ୍। ଆଉ ପାସ୍ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଗୋଟିଏ କି ଦୁଇଟି ନୁହେଁ ଏମିତି ମାଳ ମାଳ ପାସ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାହା ସାଙ୍ଗକୁ ବିଡ଼ା ବିଡ଼ା ଟିକେଟ ବଣ୍ଡଲର ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି। ବାରବାଟି ଷ୍ଟାଡିୟମରେ ଖେଳା ଯାଇଥିବା ଭାରତ ଦକ୍ଷିଣ ଆଫ୍ରିକା ଟି ୨୦ ମ୍ୟାଚ୍ ସମୟରେ ଏଭଳି କିଛି ନକଲି ପାସଧାରୀଙ୍କୁ ହାଇ ସିକ୍ୟୁରିଟି ଜୋନରେ ଦେଖିବାକୁ ମିଳିଥିଲା। ଯେଉଁ ସ୍ଥାନରେ କିଛି ଗଣମାଧ୍ୟମର ପ୍ରତିନିଧିଙ୍କୁ ଯିବା ପାଇଁ ବାରଣ କରାଯାଇଥିଲା। ମାତ୍ର ନକଲି ପାସଧାରୀମାନଙ୍କୁ ଗ୍ୟାଲେରୀ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା। ଏପରିକି ଖେଳାଳିଙ୍କ ସହ ଫଟୋ ଉଠେଇବା ସହ ନିଜେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ଼ ମଧ୍ୟ କରୁଥିଲେ। ଏତେ ବଡ଼ ବିଭ୍ରାଟ ହେଲା ଯେ, OCA ର ଏହି ପାସ୍ ଉପରେ ନଜର ନା ପଡ଼ିଲା ପୋଲିସର ନଜର। ଆଉ ଏହି ପାସଗୁଡ଼ିକ OCA ଦ୍ଵାରା ସ୍ଵୀକୃତି ଦିଆଯାଇଛି ବୋଲି କାର୍ଡରେ ଉଲ୍ଲେଖ ରହିଛି। ଅନ୍ୟପଟେ ଏହାକୁ ଖଣ୍ଡନ କରିବା ସହ OCA ଦ୍ଵାରା ଏଭଳି କିଛି ପାସ୍ ଦିଆଯାଇ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି OCA CEO।

ଅନ୍ୟପଟେ ଖଣ୍ଡିଏ ଟିକେଟ ପାଇବା ପାଇଁ ଅନେକ କ୍ରିକେଟପ୍ରେମୀ ରାତି ଅନିଦ୍ରା ହେଲେ। ପୋଲିସର ଲାଠିମାଡ଼ ଖାଇଲେ। ଆଉ ଟିକେଟ ନପାଇ ଅଧିକାଂଶ ଦର୍ଶକ ନିରାଶ ହୋଇ ଘରକୁ ଫେରିଲେ। ହେଲେ ଏଭଳି ବିଡା ବିଡା ନକଲି ପାସ କିଏ ଓ କେମିତି ଦେଲା ତାହା ଏବେ ବି ସନ୍ଦେହ ଘେରରେ। ଅନ୍ୟପଟେ ଏହି ପାସ୍ ଓସିଏ ଅନୁମୋଦିତ ନୁହେଁ ବୋଲି ଓସିଏ ସ୍ପଷ୍ଟ କରିଛି। ହେଲେ ଓସିଏ ପକ୍ଷରୁ କୌଣସି ଭୂଲ୍ ହୋଇନି। ବଂର ଓସିଏକୁ କୌଣସି ବ୍ୟକ୍ତି ବଦନାମ କରୁଛି ବୋଲି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ଏ ଘଟଣାକୁ ନେଇ କୌଣସି ଅଭିଯୋଗ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ଓସିଏ। ହେଲେ ଏଠି ପ୍ରଶ୍ନ ଉଠୁଛି ଯେ,ଟିକେଟ୍ ବା ପାସ୍ କେଳେଙ୍କାରୀ ସାମ୍ନାକୁ ଆସିଲା ହେଲେ, ଓସିଏ ତରଫରୁ କୌଣସି ଆକ୍ସନ ନିଆଗଲା ନାହିଁ। କେବଳ ଏତିକି ନୁହେଁ ମ୍ୟାଚ୍ ସମୟରେ ଚଢ଼ା ଦରରେ ଟିକେଟ ବ୍ଲାକ କରିଥିବା କଳାବଜାରୀଙ୍କ ଉପରେ ମଧ୍ୟ କାହାରି ନଜର ପଡ଼ିଲା ନାହିଁ । ତେବେ ଏ ସବୁ ଓସିଏର ନାକ ତଳେ ଏଭଳି ଜାଲିଆତି ହେଉଛି ବୋଲି ଅଭିଯୋଗ ହେଉଛି। ବାରବାଟିରେ ୪୫ ହଜାର ଦର୍ଶକଙ୍କ ବସିବାର କ୍ଷମତା ଥିବା ବେଳେ ତା ଠାରୁ ଅଧିକ ଦର୍ଶକ ଏହି ନକଲି ପାସ୍ ଓ ଟିକେଟ ନେଇ ପ୍ରବେଶ କରି ନାହାନ୍ତି ତ୍। ତାହାକୁ ନେଇ ଉଠିଲାଣି ପ୍ରଶ୍ନ। ଏଭଳି ଅଭିଯୋଗ ଆସିବା ପରେ କ୍ରିକେଟପ୍ରେମୀଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି।

Leave a Reply

Your email address will not be published.