୨୦ତମ ରଜ ମହୋତ୍ସବ ଉଦ୍‌ଯାପନ

ପୁରୀ,(ନାଗରାଜ ନ୍ୟୁଜ): ନୀଲାଦ୍ରି କଲଚୁରାଲ ଏକଡେମୀ ପକ୍ଷରୁ ଗତ ୧୪ ତାରିଖରୁ ଚାଲିଥିବା ୨୦ ତମ ରଜ ମେହାତ୍ସବ ସ୍ଥାନୀୟ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଉଦ୍‌ଯାପିତ ହୋଇଛି । ଉଦ୍‌ପାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସମର୍ଥ ବର୍ମା ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ପୈାରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତି୍‌ଥି ଭାବରେ ପ୍ରଫେସର ସୁର୍ଦଶନ ବେହେରା , ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ବରିଷ୍ଟ ସେବାୟତ ଗୈାରୀଶଙ୍କର ସିଂହାରୀ , ସମାଜବେବୀ ଭଗବାନ ସୁଆର , ରାମାବଲ୍ଳଭ ମହାପାତ୍ର , ମଙ୍ଗରାଜ ପଣ୍ଡା , ସନ୍ଦୀପ କୁମାର ଦାଶ ବିଜେଡି ନେତା ଷ୍ଟାଲିନ ପରିଜା , ନାରାୟଣ ସିଂହ , ରାଜେଶ ରଥ , ବିଶ୍ୱନାଥ ଦାଶ , ନିର୍ଦେଶକ ଅଶୋକ କୁମାର ଦାସ, ଶିଶିର କୁମାର ଦାଶ ପ୍ରମୁଖ ଯୋଗଦାନ କରିଥିଲେ । ଅତିଥି ମାନେ ନିଜ ନିଜ ଅଭିଭାଷଣରେ ଏପରୀ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରସଂଶା କରିଥିଲେ ।

ଏହି ଅବସରରେ ସମାଜସେବୀ , ପ୍ରଶାସନିକ ଅଧିକାରୀ ମାନଙ୍କୁ ଅନୁଷ୍ଟାନ ପକ୍ଷରୁ ସମ୍ମାନିତ କରାଯାଇଥିଲ । ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଅନୁଷ୍ଠାନର ସଭାପତି ପ୍ରଦ୍ୟୁମ୍ନ ମିଶ୍ର ସଭାପତିତ୍ୱ କରିଥିବା ବେଳ ସମ୍ପାଦକ ପ୍ରେମାଦ କୁମାର ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏଥିରେ ନୀଳଦ୍ରି କଲଚୁରାଲ ଏକୋଡମୀ କଳାକାରଙ୍କ ଦ୍ୱାରା ନାଟକ ସିନ୍ଦୁର ହେଲା ସଉତୁଣୀ ପରିବେଷଣ ହୋଇଥିଲା ।ଏହି ନାଟକକୁ ପ୍ରେମାଦ କୁମାର ଜେନା ରଚନା ଓ ନିଦ୍ଦେର୍ଶନା ଦେଇଥିଲେ । ତିନିଦିନିଆ ମହୋତ୍ସବର ପ୍ରଥମ ତଥା ଉଦ୍‌ଘାଟନୀ ସନ୍ଧ୍ୟାରେ ଜିଲ୍ଲା ବିଜେଡି ସଭାପତି ମହୋଶ୍ୱର ମହାନ୍ତି ଯୋଗଦାନ କରି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାମୁନି, ଶିବୁନୁ, ନିଲିମା, ପୂଜା, ବବୁଲ, ସୋନାଲି, ଗୁଡୁଲି, ସବ୍‌ନମ, ଜଗା, ବେଣୁଧର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.