ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ସୁନ୍ଦରଗଡ଼କୁ ମିଳିଲା ରଜ କୁଇନ୍

ବାଲେଶ୍ବର,(ନାଗରାଜ ନ୍ୟୁଜ): ଗତ ତା ୧୩/୬/୨୦୨୨ ରିଖରୁ ତା ୧୬/୬/୨୨ରିଖ ମଧ୍ୟରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ହ୍ଵାଟ୍ସଆପ୍ ଗୃପ୍ ଦ୍ବାରା ରାଜ୍ୟ ସ୍ତରୀୟ ଅନଲାଇନ୍ ଗଳ୍ପ ପ୍ରତିଯୋଗିତା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି, କବୟିତ୍ରୀ, ଲେଖକ, ଲେଖିକା ମାନେ ଦିଆଯାଇଥିବା ଶୀର୍ଷକ- ” ରଜ ” ଉପରେ ଖୁବ୍ ସୁନ୍ଦର ଗଳ୍ପ ଲେଖି ପଠାଇଥିଲେ । ପ୍ରସଙ୍ଗ ସମ୍ବଳିତ ନିର୍ଭୁଲ ଗଳ୍ପ ଗୁଡିକୁ ବିଚାରକୁ ନିଆଯାଇଥିଲା । ସମସ୍ତ ଗଳ୍ପ ଗୁଡିକୁ ସମୀକ୍ଷା କରିଥିଲେ ସୁ ସାହିତ୍ୟିକା ସୁଜାତା ଦାସ ମହାନ୍ତି, କଟକ, ଗାୟତ୍ରୀ ସିଂ, ଅନୁଗୋଳ, ସରସ୍ବତୀ ପଣ୍ଡା, ଯାଜପୁର, ଶିକ୍ଷୟିତ୍ରୀ ସୁନିତା ପରିଡ଼ା, ବାଲେଶ୍ବର । ଏଥିରେ କୁମୁଦିନୀ ପ୍ରିୟଦର୍ଶିନୀ ସାମନ୍ତରାୟ, ଝାରସୁଗୁଡା,ସବିତା ସାହୁ, ଭୁବନେଶ୍ୱର, ରଞ୍ଜିତା ସାହୁ, ଜଗତସିଂହପୁର, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼, ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା ଓ ପ୍ରିୟମ୍ବଦା ରାଉତ, ମାଲକାନଗିରି ପ୍ରମୁଖ ଅଂଶ ଗ୍ରହଣ କରି ଆନନ୍ଦ ଅନୁଭବ କରିଥିଲେ । କିନ୍ତୁ ସେଥିମଧ୍ୟରୁ ରଞ୍ଜୁଲତା ପାଢୀ ପ୍ରଥମ, ପ୍ରିୟମ୍ବଦା ରାଉତ, ଦ୍ବିତୀୟ ଓ ପ୍ରିୟଦର୍ଶିନୀ ସାମନ୍ତରାୟ ତୃତୀୟ ସ୍ଥାନ ଅଧିକାର କରି ନିଜ ନିଜ ଅଞ୍ଚଳର ଗୌରବ ବୃଦ୍ଧି କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି । ପ୍ରକାଶ ଥାଉକି- ରଞ୍ଜୁଲତା ପାଢୀ ୨୦୨୨ ମସିହା ପାଇଁ ରଜ କୁଇନ୍ ସ୍ଥାନ ଅଧିକାର କରିଛନ୍ତି । ତେଣୁ ଚଳିତ ବର୍ଷ ବାର୍ଷିକ ଉତ୍ସବରେ ଉପସ୍ଥିତ ହୋଇ ମଞ୍ଚାସୀନ ଅତିଥି ମାନଙ୍କ ହାତରୁ ରଜ କୁଇନ୍ ଉପହାର ଗ୍ରହଣ କରିବା ପାଇଁ ନିବେଦନ କରାଗଲା । ଅନ୍ୟ ମାନଙ୍କୁ ମଧ୍ୟ ନିମନ୍ତ୍ରଣ ରହିଲା ।

ଚଳିତବର୍ଷ ଡିସେମ୍ବର ମାସ ୨୫ ତାରିଖରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ୩୦ ଗୋଟି ଜିଲ୍ଲାରୁ ମନୋନୀତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ତେଣୁ ଉତ୍ସବକୁ ଆସିବା ନିମନ୍ତେ ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ନିବେଦନ କରିଛନ୍ତି । ଚଳିତ ବର୍ଷ ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନକୁ ଅଗ୍ରାଧିକାର ଦିଆଯାଉଛି ଏବଂ ବର୍ଷ ଶେଷ ପର୍ଯ୍ୟନ୍ତ ଦିଆଯିବ ମଧ୍ୟ । ଏକଥା ପୂର୍ବରୁ ଆପଣ ମାନଙ୍କୁ ସୂଚନା ମାଧ୍ୟମରେ ଜଣାଇ ଦିଆଯାଇଅଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.