ରାହୁଲଙ୍କ ଉଦ୍ଧାର NDRFଙ୍କ ପାଇଁ ଥିଲା ଆହ୍ବାନ

କଟକ, (ନାଗରାଜ ନ୍ୟୁଜ): ଛତିଶଗଡର ୮୦ ଫୁଟ ଗଭୀର ବୋରୱେଲରେ ଫସିରହିଥିବା ରାହୁଲକୁ ନୂଆ ଜୀବନ ଦେବାରେ ଏନ୍ ଡି ଆର୍ ଏଫ ଟିମ୍ ର ଏକ ଗୁରୁତତ୍ୱପୂର୍ଣ ଭୂମିକା ଥିଲା । ଦୀର୍ଘ ୧୦୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ରାହୁଲ କୁ ଉଦ୍ଧାର କରାଯାଇଥିଲା ।ଏହି ଅପରେସନ ସମୟରେ NDRF କୁ ଅନେକ ଚାଲେଞ୍ଜ କୁ ସାମ୍ନା କରିବାକୁ ପଡ଼ିଥିଲା।ସବୁଠାରୁ ବଡ କଥା ହେଉଛି ୫୦ କେଜିରୁ ଉର୍ଦ୍ଧ୍ବ ଓଜନର ପଥର କୁ ନିଜ କାନ୍ଧରେ ବୋହି ବାକୁ ପଡ଼ିଥିଲା NDRF ଟିମ୍ କୁ।ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ ମଧ୍ୟ ସମସ୍ୟା ହେଉଥିଲା।ସବୁ ଅସୁବିଧାକୁ ପାର କରି ଭିନ୍ନକ୍ଷମ ବାଳକ ରାହୁଲକୁ ସଫଳତାର ସହ ଉଦ୍ଧାର କରିବାକୁ ପ୍ରଭୁ ଜଗନ୍ନାଥ ଙ୍କ କରୁଣା ଥିଲା।ଆମକୁ ସଂଘର୍ଷ ପୂର୍ଣ୍ଣ ଅପରେସନ ପାଇଁ ସାହସ ପାଇଥିଲୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି କହିଥିଲେ NDRF 3BN ର କମାଣ୍ଡ ଡେଣ୍ଟ ବର୍ଦ୍ଧମାନ ମିଶ୍ର । ଏହି ସାମ୍ବାଦିକ ସମ୍ମିଳନୀରେ NDRF ଟିମ୍ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published.