ଗାଡି ଚାଳକଙ୍କ ମୃତଦେହ ଉଧାର

ବାଲେଶ୍ବର, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ସିମୁଳିଆ ତହସିଲ ନିକଟରେ ଜଣେ ଗାଡି ଚାଳକଙ୍କ ମୃତ ଦେହ ଉଧାର ହେବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଗାଡି ଚାଳକ ବଳରାମ ନାୟକ ଗାଡିକାମ ସାରି ରାତି ପ୍ରାୟ ଦୁଇଟା ବେଳେ ଘରକୁ ଫେରୁଥିବା ବେଳେ କେହି ଦୁର୍ବୁତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ମାରି ଦେଇଥିବାର ଖବର ସଂଗ୍ରହରୁ ଜଣା ଯାଇଛି । ସ୍ଥାନୀୟ ଲୋକେ ଉକ୍ତ ଯୁବକକୁ ଚିକିତ୍ସା ପାଇଁ ସିମୁଳିଆ ମେଡିକାଲକୁ ଆଣିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାଯାଇଛି । କିଛିଦିନ ହେବ ସିମୁଳିଆ ଅଞ୍ଚଳରେ ଏହିଭଳି ଅଶାନ୍ତ ପରିବେଶ ଦେଖା ଯାଉଥିବାରୁ ଅଞ୍ଚଳବାସୀଙ୍କ ମନରେ ବିଭିନ୍ନ ପ୍ରକାର ଅସନ୍ତୋଷ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ଏଭଳି ଘଟଣା ପ୍ରତି ନଜର ଦେବାକୁ ଜନସାଧାରଣ ପୋଲିସ ପ୍ରଶାସନକୁ ନିବେଦନ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.