ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସାଙ୍ଗଠନିକ ବୈଠକରେ ବାଲେଶ୍ଵର

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିକଟ ଗୌଡ ଢେପ କାଳିଞ୍ଜିକୁଳ ସଭାଗୃହ ପରିସରରେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ଏକ ସାଙ୍ଗଠନିକ ବୈଠକ ସଂଘ ଉପଦେଷ୍ଟା ସୁରତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଶିବରାମ ପ୍ରଧାନ, ଉପ-ସଭାପତି ମାନସ ରଞ୍ଜନ ପ୍ରଧାନ, ସମ୍ପାଦକ ଶରତ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସାଙ୍ଗଠନିକ ଆଲୋଚନା କ୍ରମରେ ଦଣ୍ଡନାଚରେ ପାରମ୍ପରିକତା ବଜାୟ ରଖିବା ସହିତ ଅଶ୍ଳୀଳତା ବର୍ଜନ ପୂର୍ବକ ଶିକ୍ଷଣଧର୍ମୀ ନାଟକମାନ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଘର ସୁପରିଚାଳନା ଦୃଷ୍ଟିରୁ ଜିଲ୍ଲାକୁ ତିନି ଗୋଟି ଜୋନ୍ ରେ ବିଭକ୍ତ କରିବା ନିଷ୍ପତ୍ତି ନିଆଯାଇଛି । ଏଥିରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ଏକତ୍ରୀକରଣ କିଭଳି ଉପାଦେୟ ହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଆଗାମୀ ଜୁଲାଇ ୩ ତାରିଖରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କଳାକାର ଶୋଭାଯାତ୍ରା ଓ ରାଜ୍ୟସ୍ତରୀୟ ଦଣ୍ଡନାଟ ସମାବେଶର ସଫଳ ରୂପାୟନ କ୍ଷେତ୍ରରେ ସହଯୋଗ କରିବା ନିମନ୍ତେ ଆହ୍ବାନ ଦେଇଥିଲେ । ବୈଠକରେ ଶତାଧିକ ଦଣ୍ଡନାଚ ଦଳର ପରିଚାଳକ ଅଂଶ ଗ୍ରହଣ କରିଥିଲେ । ଶେଷରେ ସୀମାଞ୍ଚଳ ଶତପଥୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ, କବି, ସାହିତ୍ୟିକ ଓ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ଉପ-ସଭାପତି ନରେନ୍ଦ୍ର ପ୍ରସାଦ ବେହେରା ଯୋଗ ଦେଇଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦଙ୍କ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.