ବିଶ୍ବସ୍ତରୀୟ ଜାତୀୟ ମହାମିଳନରେ ମୋ ଅନୁଷ୍ଠାନ ସଦସ୍ୟା

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ” ସାହିତ୍ୟ ସଂସ୍କୃତି ସମାରୋହ ” ଅନୁଷ୍ଠାନ ଦ୍ଵାରା ଆୟୋଜିତ ବିଶ୍ବସ୍ତରୀୟ ଜାତୀୟ ସାହିତ୍ୟ ମହାମିଳନ ମହାମଞ୍ଚ ଅନୁଷ୍ଠିତ ହୋଇଯାଇଛି । ଗତ ତା ୨୨/୬/୨୨ ରିଖରେ ସାହିତ୍ୟ ସଂସ୍କୃତି ସମାରୋହ ଅନୁଷ୍ଠାନର ସମ୍ପାଦକ ପ୍ରଣବ ଛୋଟରାୟଙ୍କ ନେତୃତ୍ୱରେ ବିଭିନ୍ନ ଅତିଥି ମାନେ ମଞ୍ଚାସୀନ ଥିଲେ । ଏମିତି ଏକ ମହା ସାରସ୍ଵତ ଉତ୍ସବ ପ୍ରଥମ କରି ଓଡିଶା ରାଜ୍ୟରେ ଅନୁଷ୍ଠିତ ହୋଇଥିବାରୁ ସାହିତ୍ୟ ଜଗତରେ ଖୁସିର ଲହରୀ ଖେଳିଯାଇଛି । ଏହା ଦୀର୍ଘ ବାରଘଣ୍ଟାର କାର୍ଯ୍ୟକ୍ରମ ଥିଲା ।ଏହି ଉତ୍ସବର ମୂଳ ଲକ୍ଷ୍ୟ ଓଡିଆ ସାହିତ୍ୟକୁ ବିଶ୍ଵ ଦରବାରରେ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବା । ଏଥିରେ ଭାରତର ବିଭିନ୍ନ ରାଜ୍ୟ ଓ ଓଡ଼ିଶାର ବରେଣ୍ୟ ସାରସ୍ଵତ ପ୍ରତିଭା ମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରି ଉତ୍ସବଟି ସାଫଲ୍ୟ ମଣ୍ଡିତ କରିଥିଲେ । ମୁଖ୍ୟ ଅତିଥି ଭାବେ ଡଃ ପ୍ରସନ୍ନ ପାଟ୍ଟଶାଣୀ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ । ଓଡିଆର ବିଭିନ୍ନ ଅଗ୍ରଗଣ୍ୟ ବିଶିଷ୍ଟ ସାରସ୍ଵତ ପ୍ରତିଭା ମାନଙ୍କ ଉପସ୍ଥିତିରେ ଓଡିଆ ସାହିତ୍ୟର ଅଗ୍ରଗତି ଓ ବିକାଶ ନିମନ୍ତେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପ୍ରଥମେ ପ୍ରଦୀପ ପ୍ରଜ୍ବଳନ, ସ୍ବାଗତ ସଙ୍ଗୀତ ଗାନ, କବିତା ପାଠ, ଓଡିଆ ଭାଷାର ଉନ୍ନତି କଳ୍ପେ ତଥ୍ୟ ଭିତ୍ତିକ ଆଲୋଚନା ଚକ୍ର ଓ ସର୍ବ ଶେଷରେ ଉଦଯାପନି ସଙ୍ଗୀତ ଗାନ ପରେ ସମ୍ପାଦକ ସଭାସାଙ୍ଗ ଘୋଷଣା କରିଥିଲେ ।

ମୋ ମତରେ ଓଡିଶା ସାହିତ୍ୟ ଯେତେବେଳେ ଘୋର ବିପନ୍ନ ଆଡକୁ ଅଗ୍ରସର ହେଉଛି, ଜଣେ ଓଡିଆ ମାଟିର ସନ୍ତାନ ଟିଏ ହୋଇ ମଧ୍ୟ ମାତୃଭାଷା ପ୍ରତି ବିମୁଖ ଭାବ, ଏହା ଖୁବ୍ ପରିତାପର ବିିଷୟ ହୋଇଛି । ଓଡିଆ ଭାଷା ସାହିତ୍ୟକୁ ଅବକ୍ଷୟମୁଖି ପର୍ଯ୍ୟାୟରୁ ଉଦ୍ଧାର କରି, ପୂର୍ବ ଗୌରବକୁ ଫେରାଇ ଆଣିବାର ଏହା ଏକ ଯୁଗାନ୍ତକାରୀ ପ୍ରୟାସ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର ଜଣେ ଆଗଧାଡିର ସଦସ୍ୟା ଓ ସମୀକ୍ଷିକା ରଶ୍ମିତା ପାତ୍ର କବିତା ପାଠ କରି ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇ ମୋ ଅନୁଷ୍ଠାନ ପାଇଁ ଗର୍ବ ଆଣିଥିବାରୁ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସାଧୁବାଦ ଜଣାଇଛନ୍ତି । ଏଥିସହିତ କବିତା ଓ ଗଳ୍ପ ସାହିତ୍ୟ ସାଧନା କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲା ବାରିପଦାକୁ ବିଶ୍ବସ୍ତରୀୟ ଜାତୀୟ ସାହିତ୍ୟ ମହାମଞ୍ଚରେ ପହଞ୍ଚାଇ ପାରିଥିବାରୁ ଶ୍ରୀମତୀ ପାତ୍ରଙ୍କୁ ଜଣେ ସୁଦକ୍ଷ ସାହିତ୍ୟ କଳାକାର ଭାବେ ପ୍ରଶଂସା କରିବା ଉଚିତ ହେବ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.