ମିଶନ ଶକ୍ତି ଗୃହ ଉଦଘାଟନ କଲେ ବିଧାୟକ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଉଦଘାଟିତ ହେଲା ମିଶନ ଶକ୍ତି ଗୃହ । ଉଦଘାଟକ ଭାବେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ । ପ୍ରକାଶ ଥାଉକି ଏହି ନବର୍ମିତ ଗୃହଟି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତ ନିକଟରେ ନିର୍ମିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଉଦଘାଟକ ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ସମେତ ମୁଖ୍ୟ ଅତିଥି ଭାବେ ୫ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ମାନସ ଦାଶ, ପୌରୋହିତ୍ଯ କରିଥିଲେ ସରପଞ୍ଚ ବନିତା ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ପର୍ଶୁରାମ ପଣ୍ଡା ଓ ସମିତି ସଭ୍ୟା ବାସନ୍ତୀ ମହାନ୍ତି ମଞ୍ଚାସୀନ ଥିଲେ । ଏମବିକେ(MBK) ପଙ୍କଜିନୀ ଦାସ ସଭା ପରିଚାଳନା କରିଥିବା ବେଳେ ୧୩୪ ଟି ମହିଳା ଗୃପ୍ ଏଥିରେ ସାମିଲ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ପଞ୍ଚାୟତର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.