ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତ

ବାଙ୍କୀ, (ନାଗରାଜ ନ୍ୟୁଜ): ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଛଅ ଜଣିଆ ଭିଜିଲାନ୍ସ ଟିମ୍ ପ୍ରଭାତ ରାଉତଙ୍କ ବାଙ୍କୀ ଡମପଡା ବ୍ଲକ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ । କେନ୍ଦ୍ରାପଡ଼ା, ବାରଙ୍ଗ, ଚୌଦ୍ୱାର ଓ ବାଙ୍କୀ ବ୍ଲକ କାର୍ଯ୍ୟାଳୟ ଆଦି ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଯନ୍ତ୍ରୀଙ୍କ ବାସଭବନରେ ଚଢାଉ ଜରିରହିଛି । ଏବେ କିଛି ନଥିପତ୍ର ଜବତ ହୋଇଛି । ଯନ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।

Leave a Reply

Your email address will not be published.