ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର

କଟକ,(ନାଗରାଜ ନ୍ୟୁଜ): ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କଟକ ଡମପଡ଼ା ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆସିଷ୍ଟାଣ୍ଟ ଇଞ୍ଜିନିୟର ପ୍ରଭାତ କୁମାରଙ୍କ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର 4ଟି ସ୍ଥାନରେ ଏକକାଳୀନ ରେଡ ଜାରି ରହିଛି । ଚଢ଼ାଉରେ ଭିଜିଲାନ୍ସର 4 ଜଣ ଡିଏସପି, 10 ଇନିସ୍ପେକ୍ଟର ଓ ଅନ୍ୟାନ୍ୟ ବିଭାଗୀୟ ଅଧକାରୀ ସାମିଲ ହୋଇଛନ୍ତି । କଟକର ବାରଙ୍ଗରେ ଥିବା ବାସ ଭବନ, ଡମପଡ଼ା ଅଫିସ କାର୍ଯ୍ୟାଳୟ, ଚୌଦ୍ୱାରରେ ଥିବା ଘର ଓ କେନ୍ଦ୍ରାପଡାରେ ଥିବା ଗାଁ ଘରେ ଚଢ଼ାଉ ଜାରି ରହିଛି ।

Leave a Reply

Your email address will not be published.