ରାଉରକେଲା ସହରରେ ରଥଯାତ୍ରା ପାଳିତ

ରାଉରକେଲା,(ନାଗରାଜ ନ୍ୟୁଜ): ରାଉରକେଲା ଇସ୍ପାତ ସହରରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ବହୁ ଧୂମଧାମରେ ପାଳିତ ହୋଇଛି । ଏନେଇ ସହରରେ ଥିବା ପ୍ଲାଣ୍ଟ ସାଇଟ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ରଥକୁ ସୁସଜ୍ଜିତ କରି ମାଉସୀ ମା ‘ ମନ୍ଦିରକୁ ନିଆଯାଇଥିଲା । ପ୍ଲାଣ୍ଟସାଇଟ୍ ସ୍ଥିତ ଜଗନ୍ନାଥ ଉନ୍ନୟନ କମିଟି ପକ୍ଷରୁ ୧୮ତମ ରଥଯାତ୍ରା ଉତ୍ସବ କମିଟିର ଅଧ୍ୟକ୍ଷ ପ୍ରସନ୍ନ ସେନାପତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି । ମନ୍ଦିରର ମୁଖ୍ୟପୂଜକ ମଧୁସୂଦନ ପଣ୍ଡାଙ୍କ ତତ୍ୱବାଧାନ ରେ ପ୍ରଥମେ ମହାପ୍ରଭୁଙ୍କ ମଙ୍ଗଳା ଆଳତି ପରେ ସୂର୍ଯ୍ୟପୂଜା , ଗୋପୂଜା , ପାର୍ଶ୍ଵଦେବାଦେବୀ ପୂଜା କରାଯାଇଥିଲା । ତିନି ଠାକୁରଙ୍କୁ ନୀତି ଲାଗିବା ପରେ ପୁଷ୍ପମାଲ୍ୟରେ ସୁସଜ୍ଜିତ କରାଯାଇ ଥିଲା । ଅପରାହ୍ନ ସାଢ଼େ ୪ଟାରେ ରାଜା ଜଗବନ୍ଧୁ ରାଉତଙ୍କ ଦ୍ବାରା ଛେରାପହଁରା ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ରଥ ଉପରେ ଅଣାଯାଇ ପହଣ୍ଡି କରାଯାଇଥିଲା । ଏହି ରଥ ପ୍ଲାଣ୍ଟସାଇଟ୍‌ ରୁ ବାହାରି ପାଓ୍ବାରହାଉସ୍ ରୋଡ ସ୍ଥିତ ମା ‘ ମଙ୍ଗଳା ମନ୍ଦିରକୁ ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ଉନ୍ନୟନ କମିଟିର ବରିଷ୍ଠ ସଦସ୍ୟ ଗୋପୀନାଥ ବିଶ୍ବାଳଙ୍କ ସହ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published.