ଖେଳ ଜଗତ : ୨୯ ଅଗଷ୍ଟ ରାଷ୍ଟ୍ରୀୟ ଖେଳ ଦିବସ ( ୧୧୫ତମ ମେଜର ଧ୍ୟାନଚାନ୍ଦ ଜୟନ୍ତୀ ) ଶ୍ରୀ ସୋମେଶ୍ୱରଦତ୍ତ ସିଂହ ଓ ଶ୍ରୀମତୀ ଶାରଦା ସିଂହଙ୍କ କୋଳରେ ୧୯୦୫ ଅଗଷ୍ଟ ୨୯ ରେ ଧ୍ୟାନ ସିଂହଙ୍କ ଜନ୍ମ ପ୍ରୟାଗରାଜରେ ହୋଇଥିଲା। ପିତା ସେନା ବିଭାଗରେ କାର୍ଯ୍ୟ କରୁଥିଲେ। ଝାଂସୀରେ ନିଜ ଘର ପାଖରେ ହକି ଷ୍ଟିକ ନ ଥିବାରୁ ଖଜୁରୀ ବହୁଙ୍ଗା କାଟି ସେଥିରେ ହକି ଖେଳୁଥିଲେ ଧ୍ୟାନ ସିଂହ। ସେ ସ୍ଥାନକୁ ସେନାର ଲୋକମାନେ ଅଭ୍ୟାସ କରିବାକୁ ଆସୁଥିଲେ। ସେମାନଙ୍କ ସହିତ ମିତ୍ରତା ବଢ଼ାଇ ଧ୍ୟାନ ସିଂହ ଖେଳିବା ଆରମ୍ଭ କଲେ। ବାଳକ ଧ୍ୟାନ ସିଂହଙ୍କ ଖେଳ ସମସ୍ତଙ୍କୁ ପ୍ରଭାବିତ କରୁଥିଲା। ଥରେ ତାଙ୍କ ବାପାଙ୍କ ସେନା ବିଭାଗ ବନ୍ଧୁ ଖେଳ ଦେଖିବାକୁ ଆସିଥିଲେ। ୧୬ ବର୍ଷୀୟ ଧ୍ୟାନ ସିଂହଙ୍କ ଖେଳ ଦେଖି ଖୁସି ହେଲେ ଓ ସେନାରେ ପ୍ରବେଶ କରି ଦେଲେ। କିଶୋର ଧ୍ୟାନ ସିଂହ ରେଜିମେଣ୍ଟର କାମ ସହିତ ହକି ଖେଳିବା ଅଭ୍ୟାସ ବଜାୟ ରଖିଥାନ୍ତି। ସେନାରେ ପ୍ରବେଶ ହେବା ପରେ ମେଜର ବଲେ ତିୱାରୀ ମହାଶୟ ହକି ଷ୍ଟିକ ଦେଇ ଅଭ୍ୟାସ କରିବାକୁ କହିଲେ। ତାଙ୍କ “ଡ୍ରିବିଲିଙ୍ଗ ” ଓ “ବଡ଼ି – ଦଜ଼ ” କୌଶଳ ଦେଖି ଅଧିକାରୀମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା। ଆସନ୍ତା କାଲି ହେବାକୁ ଥିବା ମ୍ୟାଚ ପାଇଁ ଦିନ ସାରା ଅଭ୍ୟାସ କଲି କିନ୍ତୁ ସନ୍ତୋଷ ଲାଗିଲା ନାହିଁ। ତେଣୁ ରାତ୍ରିର ଚନ୍ଦ୍ରାଲୋକରେ ଡ୍ରିବିଲିଙ୍ଗ ଅଭ୍ୟାସ କରୁଥିଲେ। ଜଣେ ଇଂରେଜ ସେନାଧିକାରୀ ପଚାରିଲେ କଣ ଟିକ ଟିକ କରୁଛ ? ସାର ମୁଁ କାଲି ମ୍ୟାଚ ପାଇଁ ଅଭ୍ୟାସ କରୁଛି। ଏ ଅଭ୍ୟାସ ଦେଖି ସେଇ ଅଧିକାରୀ କହିଲେ – ଚନ୍ଦ୍ରାଲୋକ ରେ ଏତେ ଲଗନର ସହିତ ଅଭ୍ୟାସ କରୁଛ ନିଶ୍ଚିତ ଦିନେ ନା ଦିନେ ତୁମେ ଚନ୍ଦ୍ର ଭଳି ଚମକିବ। ତାପରେ ସମସ୍ତେ ତାଙ୍କୁ ଧ୍ୟାନ ସିଂହ ବଦଳରେ ଧ୍ୟାନଚାନ୍ଦ ଡାକିବା ଆରମ୍ଭ କରି ଦେଲେ। ଧ୍ୟାନଚାନ୍ଦ ସେନା ଅନ୍ତର୍ଗତ ଛାଉଣୀ , ଇଉନାଇଟେଡ଼ ପ୍ରୋଭିନ୍ସର ପ୍ରତିଯୋଗିତାରେ ଖେଳିବା ଆରମ୍ଭ କଲେ। ତାଙ୍କ ଖେଳ ସମସ୍ତଙ୍କୁ ପ୍ରଭାବିତ କରିଥିଲା।ରାଷ୍ଟ୍ରୀୟ ସଂଘରେ ଖେଳିବାକୁ ତାଙ୍କୁ ଛୁଟି ମିଳି ନଥାଏ। କିନ୍ତୁ ତାଙ୍କ ଖେଳ ବିଷୟ ସେତେବେଳକୁ ସମସ୍ତଙ୍କୁ ଜଣାଥାଏ। ତେଣୁ ସେ ହେଉଛନ୍ତି ପ୍ରଥମ ଖେଳାଳୀ ଯିଏ ସିଧା ରାଷ୍ଟ୍ରୀୟ ଖେଳ ସଂଘରେ ଭାଗ ନେଇଥିଲେ। ୧୯୨୬ ରେ ସେ ଖେଳୁଥିଲେ। ୧୯୨୮ ଆମଷ୍ଟର ଅଲିମ୍ପିକକୁ ଯିବା ସମୟରେ ଫାକଷ୍ଟନ (ଇଂଲଣ୍ଡ)ରେ ଭାରତ ୧୧ଟି ମ୍ୟାଚ ଖେଳିଥିଲା।ଯେଉଁଠି ଭାରତ ୭୩ ଗୋଲ କରିଥିଲା ଏବଂ ତା ଭିତରେ ୩୦ ଟି ଗୋଲ ଥିଲା ମେଜର ଧ୍ୟାନଚାନ୍ଦଙ୍କ ନାଁରେ। ଫ୍ରେଣ୍ଡଲି ମ୍ୟାଚରେ ଧ୍ୟାନଚାନ୍ଦଙ୍କ ଖେଳ ଦେଖି ବ୍ରିଟିଶ ବାଲେ ୧୯୨୮ ରେ ନିଜ ଟିମ ଅଲିମ୍ପିକସରୁ ହଟାଇ ଦେଲେ। ସେବେଠାରୁ ୧୯୪୭ ପର୍ଯ୍ୟନ୍ତ ହକି ଖେଳି ନ ଥିଲେ। ଅର୍ଥାତ ଏତେ ଭୟ ଧ୍ୟାନଚାନ୍ଦଙ୍କ ଖେଳ ଦେଖି । ୧୯୨୮ ଅଲିମ୍ପିକ୍ସରେ ପ୍ରଥମେ ଧ୍ୟାନଚାନ୍ଦ ନିଜର ଖେଳ ଦ୍ଵାରା ପ୍ରଭାବିତ କରିଥିଲେ ସମସ୍ତଙ୍କୁ। ଅଷ୍ଟ୍ରେଲିଆ , ବେଲ୍ଜିୟମ ,ଡେନ ମାର୍କ ,ସ୍ୱିଜର୍ଲ୍ୟାଣ୍ଡ ଓ ଶେଷରେ ହଲାଣ୍ଡକୁ ୩ – ୦ ରେ ହରାଇ ସ୍ବର୍ଣ୍ଣ (ଗୋଲ୍ଡ଼) ଜିତିଥିଲ। ଏହି ମ୍ୟାଚ ଗୁଡ଼ିକରେ ଧ୍ୟାନଚାନ୍ଦ ମନଧ୍ୟାନ ପୂର୍ବକ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ୧୯୩୨ ରେ ଲସ ଇଂଜେଲସ ଅଲିମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ କରିଥିଲା। ଗୋଟେ ମ୍ୟାଚରେ ଜାପାନକୁ ୧୧ – ୦୧ ରେ ଓ ଆମେରିକାକୁ ତା ନିଜ ଦେଶରେ ୨୪ – ୦୧ ରେ ହରାଇ ସ୍ବର୍ଣ୍ଣ ଜିତିଥିଲା । ଆମେରିକା ଭାରତୀୟ ହକି ଷ୍ଟିକ ଉପରେ ଆପତ୍ତି ଆଣିଥିଲା। ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଧ୍ୟାନଚାନ୍ଦଙ୍କୁ ଭାରତୀୟ ଦଳର କ୍ୟାପଟେନ କରାଗଲା। ଭାରତ ମଧ୍ୟ ହଙ୍ଗେରୀ, ଆମେରିକା ,ଜାପାନ ଓ ଫ୍ରାନ୍ସକୁ ହରାଇ ଜର୍ମାନୀ ସହିତ ଶେଷ ମ୍ୟାଚ ଖେଳିଲା। ସେହି ମ୍ୟାଚ ଦେଖିବାକୁ ସ୍ୱୟଂ ହିଟଲର ଉପସ୍ଥିତ ଥିଲେ।ଲକ୍ଷ୍ୟ ଲକ୍ଷ୍ୟ ଦର୍ଶକଙ୍କ ମଧ୍ୟରେ ଦ୍ଵିତୀୟ ହାଫରେ ଧ୍ୟାନଚାନ୍ଦ ନିଜର କୃତିତ୍ୱ ଦେଖାଇଲେ ଓ ଏକା ୬ ଗୋଟି ଗୋଲ ଲଗାଇଲେ। ୦୮- ୦୧ ରେ ଭାରତ ଜିତି ତ୍ରିରଙ୍ଗା ଉଡ଼ାଇଲେ । ଜର୍ମାନୀ ହାରିବା ଓ ଧ୍ୟାନଚାନ୍ଦଙ୍କ ଖେଳ ହିଟଲରଙ୍କୁ ବହୁତ ପ୍ରଭାବିତ କଲା। ତା ପରଦିନ ଧ୍ୟାନଚାନ୍ଦଙ୍କୁ ଜଳପାନ ପାଇଁ ଆଗ୍ରହ କଲେ ଓ ସେତେବେଳେ ପ୍ରସ୍ତାବ ମଧ୍ୟ ଦେଇଥିଲେ ଜର୍ମାନୀ ପକ୍ଷରୁ ଖେଳିବାକୁ। ଜର୍ମାନୀ ସେନାରେ ଜେନେରାଲ ଫିଲଡ଼ମାର୍ଶାଲ ପଦବୀ ମଧ୍ୟ ଦେବାକୁ ପ୍ରସ୍ତୁତ। କିନ୍ତୁ ସେ ସିଧା ସଳଖ ମନା କରିଦେଲେ ଓ ନିଜର ରାଷ୍ଟ୍ରଭକ୍ତିର ପରିଚୟ ଦେଇଥିଲେ।
ଖେଳୁଆଡ଼ ମନୋବୃତ୍ତି :ପଞ୍ଜାବ ପ୍ରୋଭିନ୍ସ ସହିତ ଏକ ମ୍ୟାଚରେ ଜଣେ ଖେଳାଳୀ ପଞ୍ଜାବ ପକ୍ଷରୁ ଧ୍ୟାନଚାନ୍ଦଙ୍କ ମୁଣ୍ଡକୁ ଷ୍ଟିକରେ ଆଘାତ କଲା ଓ ଖେଳ ମଝିରେ ସେ ତାକୁ କିଛି କହିଲେ ନାହିଁ।ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପୁଣି ପଡ଼ିଆକୁ ଓଲ୍ହାଇଲେ। ୧୦ ଗୋଳରେ ମ୍ୟାଚ ଜିତିଲେ ଓ ସେ ନିଜେ ୮ ଗୋଲ କରିଥିଲେ। ଆଘାତ କରିଥିବା ଖେଳାଳିକୁ କହିଲେ ରଫ ଖେଳ ଠିକ ନୁହେଁ। ତୁମେ ଯଦି ମୋତେ ଆଘାତ ନ କରିଥାନ୍ତ ତେବେ ମୁଁ ୨ ରୁ ୪ ଟି ଗୋଲ କରିଥାନ୍ତି। କିନ୍ତୁ ତୁମ ରଫ ହିଟ ପାଇଁ ମୁଁ ୮ଟି ଗୋଲ ମାରି ପାରିଲି।
ଧ୍ୟାନଚାନ୍ଦଙ୍କ ଖେଳ : ସିଦ୍ଧହସ୍ତ ପ୍ରବୀଣ ( perfect ) ଥିଲା। ହକିରେ ସେ କୌଶଳ (skills ) ପ୍ରାପ୍ତ କରିଥିଲେ। ଗୋଟେ ମ୍ୟାଚରେ ସେ ବିପକ୍ଷ ଦଳକୁ ୩ଟି ଗୋଲ ପୋଷ୍ଟ କୁ ମାରିଥାନ୍ତି ଓ ୩ ଟି ଯାକ ଗୋଲ ପୋଷ୍ଟ ବାହାରକୁ ଗଲା।ସେ ତୁରନ୍ତ ରେଫରୀଙ୍କୁ ଗୋଲ ପୋଷ୍ଟ ଛୋଟ ଥିବା ଆବେଦନ କଲେ।ଯେତେବେଳେ ରେଫରୀ ପୋଷ୍ଟ ମାପିଲେ ସତକୁ ସତ କିଛି ଇଞ୍ଚ କମ ଥିଲା। ଯେହେତୁ ତାଙ୍କ ଶଟ ନିଖୁଣ ମାପଚୁପ ଯାହାକୁ ଆମେ ସିଦ୍ଧହସ୍ତ ପ୍ରବୀଣ କହୁଥିଲୁ ।ନିଜ ଜୀବନ କାଳରେ 1000 ରୁ ଅଧିକ ଗୋଲ ମାରିଛନ୍ତି ସେ ଯାହା ଏକ ବିଶ୍ୱ କୀର୍ତ୍ତିମାନ। କ୍ରିକେଟ କିମ୍ବଦନ୍ତୀ ସାର ଡନ ବ୍ରାଡ଼ ମ୍ୟାନ୍ କହିଥିଲେ ; “ଧ୍ୟାନଚାନ୍ଦ ଏଭଳି ଗୋଲ ମାରୁଛି ଯେପରି ଆମେ କ୍ରିକେଟ୍ରେ ରନ ସଂଗ୍ରହ କରେ ।” ମେଜର ଧ୍ୟାନଚାନ୍ଦଙ୍କୁ ୫୦ ଦେଶରୁ ୪୦୦ ପୁରସ୍କାର ମିଳିଛି ଯାହା ଏକ ବିରଳ କୀର୍ତ୍ତିମାନ। ତାଙ୍କୁ ବିଶ୍ବରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତଥା ଦେଶ ପାଇଁ ସମର୍ପିତ ଖେଳାଳୀ ଭାବେ ଏସବୁ ମିଳିଛି।ଦେଶର ତୃତୀୟ ବୃହତ ସମ୍ମାନ ପଦ୍ମବିଭୂଷଣ ରାଷ୍ଟ୍ରପତି ଡା. ରାଜେନ୍ଦ୍ର ପ୍ରସାଦ ତାଙ୍କୁ ସମ୍ମାନିତ କରିଥିଲେ
ଖେଳ ହିଁ ଜୀବନ :୧୯୭୩ ମସିହାରେ ଧ୍ୟାନଚାନ୍ଦଜୀ ଚିକିତ୍ସା ପାଇଁ ଡାକ୍ତରଖାନାରେ ଥାଆନ୍ତି। ସେତେବେଳେ ଶେଷ ମ୍ୟାଚ ଚାଲୁଥାଏ। ମ୍ୟାଚ ଦେଖିବାକୁ ବ୍ୟଗ୍ର ଥାଆନ୍ତି ସେ। ଡାକ୍ତରଖାନା ଛାଡି ପଡ଼ିଆକୁ ଆସି ପହଞ୍ଚି ଗଲେ । ତାଙ୍କୁ ପଡ଼ିଆରେ ଦେଖି ସମସ୍ତେ ଚକିତ ଓ କହିଲେ – ” ଦାଦା ” ଆପଣଙ୍କୁ ତ ଦେଖା ଯାଉ ନାହିଁ। ତେବେ ଆପଣ ଏଠିକି ଆସିଛନ୍ତି କାହିଁକି ? ଆପଣଙ୍କୁ ବିଶ୍ରାମ କରିବାକୁ କୁହାଯାଇଛି।ଆଦୌ ବ୍ୟସ୍ତ ନ ହୋଇ କହିଲେ , ଏହା ସତ୍ୟ ଯେ ମୋତେ ଦେଖା ଯାଉ ନାହିଁ କିନ୍ତୁ ଲୋକଙ୍କ ଶବ୍ଦରୁ ମୋତେ ଜଣା ପଡ଼ି ଯାଉଛି ଯେ ବଲ କେଉଁ ଗତିରେ କେଉଁ ପଟକୁ ଯାଉଛି। ତାଙ୍କୁ ଦେଖାଯାଉ ନ ଥିବା ସତ୍ୱେ ସେ ଅତି ସହଜରେ କମେଣ୍ଟ୍ରି କରିପାରୁଥିଲେ।ବାସ୍ତବରେ ଏହାକୁ କହନ୍ତି ଖେଳ ହିଁ ଜୀବନ ଯାହା ଧ୍ୟାନଚାନ୍ଦଙ୍କ ଜୀବନ ଏକ ଉଦାହରଣ।
ରାଷ୍ଟ୍ରଭକ୍ତି : ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜୟୀ ହେବା ପରେ ବ୍ରିଟିଶ ଆର୍ମିରେ ଥିବା ସତ୍ତ୍ୱେ ତ୍ରିରଙ୍ଗା ଉଡ଼ାଇଥିଲେ।ଜର୍ମାନ ମୁଖିଆ ଆଡଲ୍ଫ ହିଟଲର ତାଙ୍କୁ ଜର୍ମାନୀ ପକ୍ଷରୁ ଖେଳିବାକୁ ଆଗ୍ରହ କଲେ ଓ ଫିଲଡ଼ମାର୍ଶାଲ ପଦବୀ ମଧ୍ୟ ଦେବାକୁ ପ୍ରସ୍ତୁତ।କିନ୍ତୁ ସେ ଭାରତ ପକ୍ଷରୁ ଖେଳିବେ ଅନ୍ୟ କାହା ପକ୍ଷରୁ ଅସମ୍ଭବ।ଖେଳରୁ ନିବୃତ୍ତ ହେଲା ପରେ ବହୁ ଦେଶ ତାଙ୍କୁ ପ୍ରଶିକ୍ଷକ ଭାବେ ଆଗ୍ରହ କରିଥିଲେ।ମୁଁ ମୋ ଦେଶ ପାଇଁ ଖେଳାଳୀ ପ୍ରସ୍ତୁତ କରିବି କହି ପ୍ରତ୍ୟାଖ୍ୟାନ କରଥିଲେ।
ରାଷ୍ଟ୍ରଭକ୍ତି : ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜୟୀ ହେବା ପରେ ବ୍ରିଟିଶ ଆର୍ମିରେ ଥିବା ସତ୍ତ୍ୱେ ତ୍ରିରଙ୍ଗା ଉଡ଼ାଇଥିଲେ।ଜର୍ମାନ ମୁଖିଆ ଆଡଲ୍ଫ ହିଟଲର ତାଙ୍କୁ ଜର୍ମାନୀ ପକ୍ଷରୁ ଖେଳିବାକୁ ଆଗ୍ରହ କଲେ ଓ ଫିଲଡ଼ମାର୍ଶାଲ ପଦବୀ ମଧ୍ୟ ଦେବାକୁ ପ୍ରସ୍ତୁତ।କିନ୍ତୁ ସେ ଭାରତ ପକ୍ଷରୁ ଖେଳିବେ ଅନ୍ୟ କାହା ପକ୍ଷରୁ ଅସମ୍ଭବ। ଖେଳରୁ ନିବୃତ୍ତ ହେଲା ପରେ ବହୁ ଦେଶ ତାଙ୍କୁ ପ୍ରଶିକ୍ଷକ ଭାବେ ଆଗ୍ରହ କରିଥିଲେ। ମୁଁ ମୋ ଦେଶ ପାଇଁ ଖେଳାଳୀ ପ୍ରସ୍ତୁତ କରିବି କହି ପ୍ରତ୍ୟାଖ୍ୟାନ କରଥିଲେ।