ପାରଳାଖେମୁଣ୍ଡି ଏସିଏଫଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ଥାନା ବେଗୁନିଆ ଗ୍ରାମର ସୌମ୍ୟ ରଞ୍ଜନ ମହାପାତ୍ର ତଥା ପାରଳାଖେମୁଣ୍ଡି ଏ.ସି.ଏଫଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପୈତୃକ ଗ୍ରାମ ବେଗୁନିଆରେ ପାଳିତ ହୋଇ ଯାଇଛି । ଶ୍ରୀ ମହାପାତ୍ରଙ୍କ ଘରେ ତାଙ୍କର ପିତା ଅଭିରାମ ମହାପାତ୍ର ଶ୍ରାଦ୍ଧ କର୍ମ କରିଛନ୍ତି । ପରିବାର, ବନ୍ଧୁବାନ୍ଧବ, ସାହିପଡିଶା ଓ ଆତ୍ମୀୟ ସ୍ବଜନଙ୍କ ମେଳରେ ବହୁ ମନଦୁଃଖରେ ଏ ଶ୍ରାଦ୍ଧ କର୍ମ ସମାପନ ହୋଇଛି । ପୁତ୍ରର ମୃତ୍ୟୁ ପରେ ପିତା ଅଭିରାମ ଓଡିଶା ପୋଲିସ, କ୍ରାଇମବ୍ରାଞ୍ଚ, ରାଜ୍ୟ ସରକାର ଓ ଓଡିଶା ହାଇକୋର୍ଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ କିନ୍ତୁ କେହି ଶୁଣିଲେ ନାହିଁ ଦୁଃଖ । ମିଳିଲାନି ପୁଅ ସୌମ୍ୟ ରଞ୍ଜନକୁ ନ୍ଯାୟ । ପିତାମାତା ୩୨ ବର୍ଷ ବୟସର (ଓ ଏଫ ଏସ) ପୁତ୍ରକୁ ହରାଇ ପିଣ୍ଡାରେ ବସି ଆଖିରୁ ଅଶ୍ରୁ ଗଡାଉଛନ୍ତି । ଅପେକ୍ଷା କରିଛନ୍ତି ମୃତ୍ୟୁକୁ । ଓଡିଶାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଓ ଭାରତର ଏକ ନମ୍ବର ପ୍ରଧାନମନ୍ତ୍ରୀ ଥାଇବି ଗୋଟେ ବାପା ପାଇଲା ନାହିଁ ନ୍ଯାୟ । ଏ ଦେଶରୁ କ’ଣ ଆଶା କରିବି ବୋଲି ଦୁଃଖଭରା କଣ୍ଠରେ ପ୍ରକାଶ କରିଛନ୍ତି ମୃତ ଏ.ସି.ଏଫଙ୍କ ପିତା ଅଭିରାମ ମହାପାତ୍ର ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.